ବ୍ୟବସାୟୀଙ୍କୁ ଆକ୍ରମଣ, ଜଣେ ଗିରଫ

Advertisment
ସୁନା ଦୋକାନରୁ ଲୁଟ୍‌, ଜଣେ ଗିରଫ

Arrested man in handcuffs with hands behind back

ଭୁବନେଶ୍ବର: ବ୍ୟବସାୟୀଙ୍କୁ ଆକ୍ରମଣ କରି ଦୋକାନ ଭଙ୍ଗାରୁଜା କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଏନ୍‌-୬ ଅଞ୍ଚଳର ପ୍ରମୋଦ ସାହୁ(୪୨)ଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ପ୍ରମୋଦର ଜୟଦେବ ବିହାର ଅଞ୍ଚଳରେ ଦୋକାନ ରହିଛି। କୌଣସି କାରଣକୁ ନେଇ ପ୍ରମୋଦ ଏବଂ ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ୍‌ରେ ଥିବା ଟେଲର ସେକ ଅଫତାବଙ୍କ ମଧ୍ୟରେ ବ୍ୟବସାୟିକ ଶତ୍ରୁତା ଲାଗି ରହିଥିଲା। ରବିବାର ସନ୍ଧ୍ୟାରେ ଅଫତାବଙ୍କୁ ପ୍ରମୋଦ ଗାଳିଗୁଲଜ କରିଥିଲା। ପ୍ରତିବାଦ କରିବାରୁ ସେ ଓ ତା’ର ସହଯୋଗୀ ମିଶି ଅଫତାବକୁ ଆକ୍ରମଣ କରିବା ସହ ଦୋକାନରେ ଥିବା କେତେକ ଜିନିଷପତ୍ର ଭାଙ୍ଗି ଦେଇଥିଲେ। ଅଫତାବଙ୍କ ଏତଲାକୁ ଭିତ୍ତି କରି ନୂଅପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe