ପୁରୁଣା ଭୁବନେଶ୍ୱର: ନକଲି ମାଲିକ ସାଜି ଜମି ବିକିଥିଲେ, ୭ ବର୍ଷ ପରେ ଧରାପଡ଼ିଲେ

Advertisment
ମହିଳାଙ୍କ ଗୁପ୍ତାଙ୍ଗରୁ ସ୍ବାବ୍‌ ନମୁନା ନେଇ ଗିରଫ ହେଲେ ଲାବୋରେଟୋରି ଟେକ୍ନିସିଆନ୍‌

Time

ପୁରୁଣା ଭୁବନେଶ୍ୱର : ନକଲି କାଗଜ, ନକଲି ପ୍ରମାଣପତ୍ର, ନକଲି ସାକ୍ଷୀ ଦେଖାଇ ୮ଲକ୍ଷ ଟଙ୍କା ଠକେଇ କରିଥିବା ଜଣେ ଠକକୁ ଏୟାର ଫିଲଡ୍‌ ଥାନା ପୁଲିସ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଗଞ୍ଜାମ ଜିଲ୍ଲା କାମାକ୍ଷାନଗର ଥାନା ଅଧୀନ ଭଞ୍ଜନଗରର ରାହୁଲ ସ୍ୱାଇଁ(୩୨)। ଭୁବନେଶ୍ବର ତହସିଲ ଅଧୀନ ଗୋପୀନାଥପୁର ମୌଜାରେ ୫୭ ଡେସିମିଲର ଏକ ଜମି ୨୦୧୩ ମସିହା ମେ ମାସରେ ବିକ୍ରି ହୋଇଥିଲା। ଏହାର ୮ଦିନ ପରେ ରାହୁଲ ଏହି ଜମିକୁ ସୁନ୍ଦରପଦାର କୁନା କୁମାର ସାହୁଙ୍କୁ ୮ଲକ୍ଷ ଟଙ୍କାରେ ବିକ୍ରି କରିଥିଲା। ଏନେଇ ସେ ନକଲି କାଗଜପତ୍ର ପ୍ରସ୍ତୁତ କରିବା ସହ ଜମି ବିକ୍ରି ପାଇଁ ନିଜେ ନକଲି ମାଲିକ ସାଜିଥିଲା। ତେବେ ଜମି କିଣି କୁନା ପାଚେରି କରୁଥିବା ବେଳେ ଏହାର ପ୍ରକୃତ ମାଲିକ ଆସି ବିରୋଧ କରିଥିଲେ। ଏହାପରେ ଠକେଇର ଶିକାର ହୋଇଥିବା କୁନା ଏୟାର ଫିଲଡ୍‌ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe