ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ

Advertisment
ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ

ଚନ୍ଦ୍ରଶେଖରପୁର: ରାସ୍ତାରେ ଯାତାୟାତ ସମୟରେ ଜଣେ ମହିଳାଙ୍କୁ ଏକା ଦେଖି ବାରମ୍ବାର ଅସଦାଚରଣ କରୁଥିବା ରୋଡ୍‌ ରୋମିଓକୁ ଆଜି ମଞ୍ଚେଶ୍ବର ଥାନା ପୁଲିସ୍ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲା ଜ୍ଞାନରଂଜନ ମହାପାତ୍ର(୩୨)। ଘର ଅମଣାକୁଦ, ବାଲିପାଟଣା। ସେ ମଞ୍ଚେଶ୍ବର ଅଞ୍ଚଳର ‌ଜଣେ ମହିଳାଙ୍କୁ ଗତ କିଛି ଦିନ ହେବ ଅସଦାଚରଣ କରୁଥିଲା। ମଙ୍ଗଳବାର ନିଶାସକ୍ତ ଅବସ୍ଥାରେ ସେ ମହିଳାଙ୍କୁ ରାସ୍ତା ଉପରେ ଟଣା ଓଟରା କରିଥିଲା। ଏ ନେଇ ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୁକ୍ତ ଜ୍ଞାନରଂଜନକୁ ଗିରଫକରି ମାମଲା ସଂଖ୍ୟା ୯୪/୧୯ ଅନୁଯାୟୀ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe