ପୁରୁଣା ଭୁବନେଶ୍ବର ଶ୍ରୀଲିଙ୍ଗରାଜ ଥାନା ଅଧୀନ ଗୌରୀନଗରରେ ରହୁଥିବା ଜଣେ ସ୍ବାମୀ ପରିତ୍ୟକ୍ତାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଗୌରୀନଗରର ବିପ୍ଳବ ଦାଶ(୩୭)ଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ପିପିଲି ଅଞ୍ଚଳର ହୋଇଥିବା ବେଳେ ସେ ବ୍ରହ୍ମପୁର ଅଞ୍ଚଳରେ ବିବାହ କରିଥିଲେ। କୌଣସି କାରଣରୁ ସ୍ବାମୀ ତାଙ୍କୁ ଛାଡ଼ିଦେଇଥିଲେ। ପରେ ମହିଳା ଜଣଙ୍କ ବିପ୍ଳବଙ୍କ ଘରେ ଭଡ଼ାରେ ରହୁଥିଲେ। ଏହାର ସୁଯୋଗରେ ସେ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ବିପ୍ଳବଙ୍କୁ ଗିରଫ କରିଛି। ସେ ବିବାହିତ ବୋଲି ପୁଲିସ କହିଛି।
ସ୍ବାମୀ ପରିତ୍ୟକ୍ତାଙ୍କୁ ଦୁଷ୍କର୍ମ, ଯୁବକ ଗିରଫ
Advertisment
Follow Us