ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ବୁଲା କବାଡ଼ିଆ ଗିରଫ

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ବୁଲା କବାଡ଼ିଆ ଗିରଫ

ଖଣ୍ଡଗିରି: ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ଶୁକ୍ରବାର ଖଣ୍ଡଗିରି ଥାନା ପୁଲିସ ଜଣେ ବୁଲା କବାଡ଼ିଆକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଜଣଙ୍କ ହେଲେ, ସ୍ଥାନୀୟ ରଘୁନାଥନଗର ନିକଟ ରହମତ୍ ନଗରରେ ରହୁଥିବା ଦିଲ୍ଲୀ ମୁଜାଫରନଗରର ରମ୍‌ଜାନ୍ ଖାଁ ଓରଫ୍ ଛୋଟୁ(୨୫)। ଜାମିନ୍ ନାମଞ୍ଜୁର ହେବାରୁ ଛୋଟୁକୁ ଝାରପଡ଼ା ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ, ପ୍ରତିଦିନ ଭଳି ଛୋଟୁ କବାଡ଼ିଆ ଜିନିଷ କିଣିବା ପାଇଁ ସ୍ଥାନୀୟ ହାଉସିଂ ବୋର୍ଡ କଲୋନିରେ ସାଇକେଲ୍ ଧରି ବୁଲେ। ଆଜି ସକାଳୁ ସେ ଡୁମୁଡୁମା ହାଉସିଂ ବୋର୍ଡ କଲୋନି ଫେଜ୍-୨ରେ ବୁଲୁଥିବା ବେଳେ ଜଣେ ମହିଳାଙ୍କ ଘର ସମ୍ମୁଖରେ ଅଟକିଥିଲା। ସେତେବେଳେ ମହିଳାଙ୍କ ୫ ବର୍ଷର ଝିଅ ଏକୁଟିଆ ଘର ସମ୍ମୁଖରେ ଠିଆ ହୋଇଥିଲା। ମହିଳାଜଣଙ୍କ ଘରେ ନଥିବା ଜାଣିବା ପରେ ଛୋଟୁ ଚତୁରତାର ସହ ନାବାଳିକାକୁ ଘର ଭିତରକୁ ଡାକିନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ନାବାଳିକାଜଣଙ୍କ କାନ୍ଦିବାରୁ ଛୋଟୁ ବିକଳରେ ସେଠାରୁ ସାଇକେଲ ଧରି ଚାଲି ଯାଇଥିଲା। ପରେ ମହିଳାଜଣଙ୍କ ଘରକୁ ଫେରିବା ପରେ ଘଟଣା ବାବଦରେ ଜାଣିଥିଲେ ଓ ତୁରନ୍ତ ଖଣ୍ଡଗିରି ଥାନାକୁ ଫୋନ୍‌ କରି ଜଣାଇଥିଲେ। ଖଣ୍ଡଗିରି ଥାନା ପୁଲିସ ପାଖ ପଡ଼ୋଶୀଙ୍କ ସୂଚନା ଆଧାରରେ ପୁଲିସ ରହମତ୍ ନଗରରେ ଚଢ଼ଉ କରି ଛୋଟୁକୁ ଗିରଫ କରିଥିଲା। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe