ଅମରେଶ ହତ୍ୟା ମାମଲା : ଆଉ ଜଣେ ଗିରଫ

Advertisment
୪୦୦ ଲିଟର ଦେଶୀ ମଦ ଜବତ ୨ ଗିରଫ

nayalook.com

ଭୁବନେଶ୍ବର/ ପୁରୁଣା ଭୁବନେଶ୍ୱର : ଏୟାରଫିଲ୍‌ଡ ଥାନା ଅଧୀନ କପିଳପ୍ରସାଦ ହାଉସିଂବୋର୍ଡରେ ଅମରେଶ ନାୟକ ହତ୍ୟାକାଣ୍ଡର ଆଉ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ସୁନ୍ଦରପଦାର ବାଳୁଆ ପିଣ୍ଟୁ(୨୨)। ଦୀର୍ଘ ଦିନରୁ ସେ ଫେରାର ରହିଥିଲା। ଗତରାତିରେ ସେ ଗାଁରେ ପହଞ୍ଚିଥିବା ଖବର ପାଇ ପୁଲିସ ଚଢ଼ାଉ କରି ଧରିଥିଲା। ପୂର୍ବରୁ ଏହି ମାମଲାରେ ୬ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ପୁରୁଣା ଭୁବନେଶ୍ୱରର ଶଙ୍କର ବସ୍ତିଆ ସହ ସୁନ୍ଦରପଦାର ଜଗଦୀଶ ଗଜେନ୍ଦ୍ର, ଜିତେନ୍ଦ୍ର ମଲିକ, ରଘୁନାଥ ବାରିକ, ରାଜେଶ ନାୟକ ଓ ବିଶ୍ୱଜିତ ରାଉତରାୟ। ଏହି ଘଟଣାରେ ଆହୁରି ୭ରୁ ଅଧିକ ଫେରାର ରହିଛନ୍ତି। ସେମାନଙ୍କୁ ଖୋଜା ଚାଲିଛି ବୋଲି ଇନ୍ସପେକ୍ଟର ଜ୍ଞାନେନ୍ଦ୍ର ସାହୁ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଅମରେଶ ଓ ଶଙ୍କର ଦୁଇଗୋଷ୍ଠୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା। ଦୀପାବଳି ରାତିରେ ଅମରେଶ ଏକାମ୍ର କଲେଜ ନିକଟରେ ବାଣ ଫୁଟାଉଥିବା ବେଳେ ଚିଣ୍ଟୁ ନାମକ ଯୁବକଙ୍କ ଦେହରେ ବାଣ ନିଆଁ ପଡ଼ିଥିଲା। ଚିଣ୍ଟୁ ଏହାକୁ ବିରୋଧ କରିବାରୁ ବିବାଦର ସୂତ୍ରପାତ ହୋଇଥିଲା। ଚିଣ୍ଟୁ ଘଟଣା ସମ୍ପର୍କରେ ଶଙ୍କର ସମେତ ଅନ୍ୟମାନଙ୍କୁ ଜଣାଇଥିଲା। ପରେ ପରେ କେତେକ ଯୁବକ ଅମରେଶଙ୍କ ନିକଟରେ ପହଞ୍ଚିଥିଲେ। ତେବେ ସେଠାରେ ଉଭୟଙ୍କ ମଧ୍ୟ ଆପୋସ ସମାଧାନ ହୋଇଥିଲା। କିନ୍ତୁ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଶଙ୍କରଙ୍କୁ ଫୋନ୍‌ ଯୋଗେ ଅମରେଶ ଗାଳିଗୁଲଜ କରିଥିଲା। ଅମରେଶ ଓ ତାଙ୍କ ବନ୍ଧୁମାନେ ଏକାମ୍ର କଲେଜ୍‌ ପାଖରେ ଭୋଜି କରୁଥିଲେ। ଶଙ୍କର, ଜଗଦୀଶ, ଜିତେନ୍ଦ୍ର, ବବଲୁ, ରଘୁଆ ଓ ଉଙ୍କା ସମେତ ଅନ୍ୟ ସହଯୋଗୀମାନେ ହାତରେ କାଠ ଫାଳିଆ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ଅମରେଶଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଅମରେଶଙ୍କର ମୃତ୍ୟୁ ହୋଇଥିଲା।

ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ
ଭୁବନେଶ୍ୱର : ଜଣେ ବିବାହିତାଙ୍କୁ ଅସଦାଚରଣ ଅଭିଯୋଗରେ କେଦାରପଲ୍ଲୀ ବସ୍ତିର ସନା ନାୟକକୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ସୂଚନା ମୁତାବକ, ସନା ଜଣେ ମହିଳାଙ୍କୁ ଏକତରଫା ପ୍ରେମ କରୁଥିଲେ। ବିବାହ ପାଇଁ ମଧ୍ୟ ବାଧ୍ୟ କରୁଥିଲେ। ଗତ ସନ୍ଧ୍ୟାରେ ମହିଳାଜଣକ ଘରକୁ ଫେରୁଥିବା ବେଳେ ସେ ମହିଳାଙ୍କୁ ଅସଦାଚରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe