ପାଉଣାକୁ ନେଇ ଶ୍ରମିକଙ୍କୁ ଛୁରାମାଡ଼, ଯୁବକ ଅଟକ

Advertisment
ନାବାଳିକାକୁ ଅପହରଣ କରି ଯୁବକ ଗିରଫ

ଭୁବନେଶ୍ୱର : କଳ୍ପନା ଛକ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ମନୁଆ ପ୍ରଧାନ ନାମକ ଜଣେ ଶ୍ରମିକଙ୍କୁ ମୁକୁନ୍ଦ ନାୟକ ଓରଫ ରାଜୁ ନାମକ ଜଣେ ଯୁବକ ଛୁରିରେ ଆକ୍ରମଣ କରିଛି। ପୁଲିସ ମନୁଆଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପଟାଲରେ ଭର୍ତ୍ତି କରିଥିବାବେଳେ ରାଜୁକୁ ଅଟକ ରଖି ପଚରାଉଚରା କରୁଛି।

ପୁଲିସ ସୂଚନା ମୁତାବକ, ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ସମୟରେ ଠିକା କାମସାରି ମନୁଆ ଓ ଅନ୍ୟ ଶ୍ରମିକମାନେ କଳ୍ପନା ପେଟ୍ରୋଲ ପମ୍ପ ନିକଟରେ ପାଉଣା ହିସାବ କରୁଥିଲେ। ତେବେ ରାଜୁ ମନୁଆଙ୍କ ପାରିଶ୍ରମିକ ବାବଦକୁ କମ୍‌ ଟଙ୍କା ଦେବାରୁ ମନୁଆ ଅସନ୍ତେଷ ପ୍ରକାଶ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ରାଜୁ ଉତ୍ତ୍ୟକ୍ତ ହୋଇ ହାତରେ ଧରିଥିବା ଏକ ଛୁରିରେ ମନୁଆଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଫଳରେ ମନୁଆ ଗୁରୁତର ଆହତ ହୋଇଥିଲେ। ଏହା ଦେଖି ଭୟରେ ଅନ୍ୟ ଶ୍ରମିକମାନେ ଦୌଡ଼ି ପଳାଇଥିଲେ। ସ୍ଥାନୀୟ ଲୋକମାନେ ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମନୁଆଙ୍କୁ ହସ୍ପିଟାଲରେ ଭର୍ତି କରିବା ସହ ରାଜୁକୁ ଥାନାକୁ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe