ତୃପ୍ତି ମାଲିକଙ୍କୁ ଆକ୍ରମଣ ଘଟଣା : ଆଉ ଜଣେ ଗିରଫ

Advertisment
ପୁଅ ମାଡ଼ରେ ବାପ ମୃତ; ଅଭିଯୁକ୍ତ ପୁଅ ଗିରଫ

Time

ଭୁବନେଶ୍ୱର : ହୋଟେଲ ତୃପ୍ତି ମାଲିକ ବୁଲୁ ସାମନ୍ତରାୟଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ସୁନାଗହଣା ଓ ଟଙ୍କା ଲୁଟପାଟ୍‌ କରିବା ଅଭିଯୋଗର ୪ ମାସ ପରେ ଆଉ ଜଣକୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୁଲିସ। ସେ ହେଲା, ବାଲେଶ୍ବର ଖଇରାର ଦେବାଶିଷ ଦାସ। ଗତ ରାତିରେ ତାକୁ ଗିରଫ କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ଏହି ଘଟଣାରେ ୮ ଜଣ ଗିରଫ ହୋଇଥିଲେ। ଗତ ଜୁଲାଇ ୩୦ ତାରିଖ ରାତି ପ୍ରାୟ ୧୨ଟା ବେଳେ ରସୁଲଗଡ଼ ଛକ ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟ ଘରକୁ ଫେରୁଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ପିଛା କରି ଖଣ୍ଡା ଓ ଭୁଜାଲିରେ ହାଣି ପକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe