ଚନ୍ଦ୍ରଶେଖରପୁର : ଜଣେ ଯୁବକଙ୍କୁ ରାସ୍ତାରେ ଅଟକାଇ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ବିଶ୍ବମୋହନ ପଟ୍ଟନାୟକ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛି। ବିଶ୍ବମୋହନ ମଞ୍ଚେଶ୍ବର ଆଦିମାତା କଲୋନିରେ ରହୁଥିବା ବେଳେ ସେହି ଅଞ୍ଚଳର ଯୋଗେଶ୍ବର ସିଂ ନାମକ ଜଣେ ଯୁବକଙ୍କୁ କୌଣସି ଏକ କାରଣ ନେଇ ମାଡ଼ ମାରିଥିଲେ। ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହେବାରୁ ପୁଲିସ୍ ବିଶ୍ବମୋହନକୁ ଗିରଫ କରି ଜେଲ୍ ପଠାଇଛି।
ଯୁବକଙ୍କୁ ମାଡ଼ ମାରି ଜଣେ ଗିରଫ
Advertisment
Follow Us