Times Now
ଧଉଳି: ଗାଁ ଦାଣ୍ଡରେ ଖଣ୍ଡା ବୁଲାଇବା ମାମଲାରେ ଧଉଳି ଥାନା ପୁଲିସ ଶିଶୁପାଳଗଡ଼ ଗ୍ରାମର ଶ୍ବେତପ୍ରକାଶ ହାତୀ ଓରଫ ହାପି (୧୯)କୁ ଗିରଫ କରିଛି। ହାପିର ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠା ଯାଇଛି। ଗତ କାର୍ତ୍ତିକ ପୂର୍ଣ୍ଣମି ରାତିରେ ଗାଁ ଦାଣ୍ଡରେ ଭଜନ ପରିବେଷଣ ହେଉଥିଲା। ତାରିଣୀ ପୀଠ ବୁଲି ସାରି ଏକ ସ୍କର୍ପିଓରେ ହାପିଙ୍କ ସମେତ ଅନ୍ୟ ସାହି ପିଲା ସେହି ରାସ୍ତାରେ ଘରକୁ ଫେରିବା ବେଳେ ବାଟ ଛାଡ଼ିବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ନିୟନ୍ତ୍ରଣ କରିବା ପାଇଁ ଗ୍ରାମରେ ପୁଲିସ ମୁତୟନ ହୋଇଥିଲା। ଏସବୁ ସତ୍ତ୍ବେ ଗତ ୧୭ ତାରିଖରେ ସୂର୍ଯ୍ୟକାନ୍ତ ନନ୍ଦ ଓ ତାଙ୍କ ସମର୍ଥିତ ଯୁବକମାନଙ୍କର ହାପିଙ୍କ ସହିତ ପୁଣି ଗଣ୍ଡଗୋଳ ହୋଇଥିଲା। ଦୋଳମଣ୍ଡପ ନିକଟରେ ପାଟିତୁଣ୍ଡ ବେଳେ ହାପି ଖଣ୍ଡା ବୁଲାଇଥିଲା।
Follow Us