ଜାଗାବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ, ଜଣେ ଗିରଫ

Advertisment
ଭୁବନେଶ୍ୱରରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଜାଗାବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଲକ୍ଷ୍ମୀସାଗର ଉପରସାହିର ମନୋରଞ୍ଜନ ଜେନା(୩୫)।

ପୁଲିସ ସୂଚନା ଅନୁଯାୟୀ ଜାଗାବାଡ଼ିକୁ ନେଇ ମନୋରଞ୍ଜନ ଓ ସନ୍ଧ୍ୟାରାଣୀ ରାଉତରାୟଙ୍କ ପରିବାର ମଧ୍ୟରେ ବିବାଦ ଥିଲା। ଜାନୁଆରି ୨୧ ତାରିଖରେ ସନ୍ଧ୍ୟାରାଣୀଙ୍କ ସ୍ୱାମୀ ଶାରଦା ପ୍ରସାଦ ତାଙ୍କ ଜାଗାରେ ବାଡ଼ ଉଠାଉଥିବା ସମୟରେ ମନୋରଞ୍ଜନ ତାଙ୍କୁ ବହ୍ଲାରେ ଆକ୍ରମଣ କରିଥିଲା। ଏନେଇ ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ସେବେଠାରୁ ମନୋରଞ୍ଜନ ଫେରାର ହୋଇଯାଇଥିଲା। ଶୁକ୍ରବାର ରାତିରେ ମନୋରଞ୍ଜନ ଘରେ ଥିବା ଖବର ପାଇ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe