ଲକ୍ଷ୍ମୀପୁରରୁ ଫେରାର ଯୁବକ ଆନ୍ଧ୍ରପ୍ରଦେଶରୁ ଗିରଫ୍‌

Advertisment
ବସ୍‌ ମାଲିକ ପ୍ରତାପ ପଲେଇ ହତ୍ୟା ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ପହଞ୍ଚିଲା ୧୧

Image Source: India Today

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଓଡିଆପେଣ୍ଠ ପଚାଂୟତ ଅନ୍ତର୍ଗତ ବିରିଗୁଡା ଗାଁର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଗର୍ଭବତୀ କରି ଫେରାର୍‌ ଥିବା ଜଣେ ଯୁବକକୁ ଲକ୍ଷ୍ମୀପୁର ପୁଲିସ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍‌ରୁ ଗିରଫ କରିଛି। ଅଭିଯୁକ୍ତକୁ ଡାକ୍ତରି ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଗୌରହରି ସାହୁ କହିଛନ୍ତ। ପୁଲିସ କହିବା ମୁତାବକ ବିରିଗୁଡା ଗାଁ ପାଖରେ ରେଳବିଭାଗର ଦୋହରିକରଣ କାର୍ଯ୍ୟ ଚାଲୁ ରାହିଛି। ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ଜେସିବି ମେସିନ ଚାଳକ ୟୁ.ବିନୋଦ ସେଇ ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ କରି ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରିଥିଲା।

ପରେ ଯୁବତୀ ଗର୍ଭବତୀ ହୋଇଥିବା ଜାଣିପାରି ସେ ଫେରାର ହୋଇଯାଇଥିଲା। ଚଳିତ ମାସ ୭ତାରିଖ ଦିନ ଏନେଇ ଯୁବତୀ ଜଣକ ଲକ୍ଷ୍ମୀପୁର ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ନେଇ ଲକ୍ଷ୍ମୀପୁର ପୁଲିସ ଚାରିଆଡେ ଖୋଜାଖୋଜି କରି ଯୁବକର ମୋବାଇଲ ଫୋନକୁ ଟ୍ରାକିଂ କରି ପାର୍ବତୀପୁରମରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏଥିସହ ଯୁବତୀକୁ ଡାକ୍ତରିମାଇନା ପାଇଁ ପଠାଜାଇଥିବା ପୁଲିସ କହିଛି। ଯୁବକର ଘର ବିଶାଖପାଟଣା ଅଚଂଳର ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe