କନ୍ଧମାଳ: କାଠଗଣ୍ଡିରେ ପିଟିହେଲା କାର, ୧ ମୃତ, ୨ ଗୁରୁତର

Advertisment
କନ୍ଧମାଳ: କାଠଗଣ୍ଡିରେ ପିଟିହେଲା କାର, ୧ ମୃତ, ୨ ଗୁରୁତର

ରାଇକିଆ( କନ୍ଧମାଳ): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବାକିଙ୍ଗିା ଗ୍ରାମ ନିକଟରେ ଏକ କାର ଦୃତଗତିରେ ଯାଇ ରାସ୍ତାକଡ଼ରେ ପଡ଼ିଥିବା ଏକ କାଠଗଣ୍ଡିରେ ବାହୋଇ ହୋଇଯିବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଭାବେ ଆହତ ହାଇଛନ୍ତିି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି।
ମିଳିଥିବା ସୂଚନା ଅନୁଯାୟ୍ରୀ, କନ୍ଧମାଳ ବାଲିଗୁଡ଼ାର ବ୍ରଜକିଶୋର ପାତ୍ର, ହରିଶ୍ଚନ୍ଦ୍ର ପାତ୍ର ଓ ଲକ୍ଷ୍ମୀନାରାୟଣ ପାତ୍ର ବେଲଗୁଣ୍ଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କାର ଯୋଗେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ବ୍ରଜକିଶୋରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe