ଗଂଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ହୋଇ ଯୁବକଙ୍କୁ ଖଣ୍ଡାରେ ହାଣିଲେ

Advertisment
ଥଣ୍ଡା ବ୍ରେଡ୍‌ ପାଇଁ ମହାଅନର୍ଥ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର, ଘର ଜଳିଗଲା

Times of India

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁରୁବାର ଜଣେ ଯୁବକଙ୍କୁ ଖଣ୍ଡାରେ ହଣାଯାଇଛି। ସୂଚନା ଅନୁସାରେ ଏକ ମଦ ଦୋକାନରେ ସାମାନ୍ୟ ଯୁକ୍ତିତର୍କ ପରେ ଏକ ନିର୍ଦ୍ଧିଷ୍ଟ ଦଳର ଲୋକେ ଟୁଟୁ ହାତୀ ନାମକ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ସେଠାରୁ ଫେରାର ହୋଇ ଯାଇଛନ୍ତି। ଆହତ ଯୁବକଙ୍କୁ ଗୁରୁତର ଭାବେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଅନ୍ୟ ଏକ ଘଟଣାରେ ଗଂଜାମ ଜିଲ୍ଲାର ଭଂଜନଗର ଥାନା ଅଂଚଳରେ ଆଜି ସନ୍ଧ୍ୟାରେ ଏକ ଜଳଖିଆ ଦୋକାନ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବଡ଼କୋଦଣ୍ଡର ଏକ ଜଳଖିଆ ଉପରକୁ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ହଠାତ ବୋମାମାଡ଼ କରିଥିଲେ। ଫଳରେ ଦୋକାନରେ କାମ କରୁଥିବା ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe