ଗଂଜାମ: ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର, ହସ୍‌ପିଟାଲରେ ଭର୍ତ୍ତି

Advertisment
ଗଂଜାମ: ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର, ହସ୍‌ପିଟାଲରେ ଭର୍ତ୍ତି

ବ୍ରହ୍ମପୁର: ଦୁର୍ବୃତ୍ତର ଗୁଳିମାଡ଼ରେ ଗୁରୁବାର ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ର ଶିକାର ହୋଇଥିବା ଚାଉଳ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି। ଏହି ଘଟଣା ସହିତ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରିପୋର୍ଟ ଅନୁସାରେ ଚିକିଟି ଥାନା ଅନ୍ତର୍ଗତ କେ ନୂଆଗାଁ ବୀରସିଂ ଲକ୍ଷ୍ମିନାରାୟଣପୁର ଗ୍ରାମର ଚାଉଳ ବ୍ୟବସାୟୀ ସୁବାସ ଚନ୍ଦ୍ର ପଣ୍ଡା ଆଜି ଗୁଳିର ଶିକାର ହୋଇଛି। ପଣ୍ଡା ଘରେ ଥିବା ବେଳେ ୨ ଜଣ ଯୁବକ ଡାକିଥିଲେ। ସେମାନେ ଘର ଠାରୁ କିଛି ଦୂରକୁ ସୁବାସଙ୍କୁ ଡାକି ନେଇଥିଲେ। ଅଳ୍ପ ସମୟ ପରେ ୨ଟି ବାଇକରେ ୬ ଜଣ ଯୁବକ ପହଂଚିଥିଲେ। ସେମାନେ ଯୁକ୍ତିତର୍କ କରିବା ପରେ ସୁବାସଙ୍କ ଉପରକୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe