ଘରେ ପଶି ସଂଘବଦ୍ଧ ଆକ୍ରମଣ: ଜଣେ ମୃତ, ୪ ଗୁରୁତର

ଘରେ ପଶି ବିଜେଡି ନେତ୍ରୀ ଓ ପୁଅଙ୍କୁ ହାଣିଲେ: କାରଣ ଅସ୍ପଷ୍ଟ, ଆସିଥିଲେ ୧୨ରୁ ଅଧିକ ଦୁର୍ବୃତ୍ତ

The Hans India

ଭଂଜନଗର: ଘରେ ପଶି ମଙ୍ଗଳବାର ଏକ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଲୋକ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଗଂଜାମ ଜିଲ୍ଲାର ସୋରଡ଼ା ଥାନା ଅନ୍ତର୍ଗତ ନୂଆଗଡ଼ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜାହା ଜଣାପଡ଼ିଛି ସାହି ବିବାଦକୁ କେନ୍ଦ୍ର କରି ଏହି ଆକ୍ରମଣ ଓ ହତ୍ୟାକାଣ୍ଡ ଘଟଣା ଘଟିଛି।

ଆଜି ମଧ୍ୟାହ୍ନ ଭୋଜନ ପରେ ବିଦୁ ନାୟକଙ୍କ ପରିବାର ଘରେ ଏକାଠି ବସିଥିଲେ। ଏହି ସମୟରେ ଗାଁର କିଛି ଲୋକ ହାତରେ ମାରଣାସ୍ତ୍ର ଧରି ବିନ୍ଦୁ ନାୟକଙ୍କ ଘରକୁ ପ୍ରବେଶ କରିଥିଲେ। ପରିବାର ଲୋକେ କେହି କିଛି ଭାବିବା ପୂର୍ବରୁ ଆକ୍ରମଣକାରୀମାନେ ଆକ୍ରମଣ କରିଥିଲେ। ଏଥିରୁ ବିଦୁ ନାୟକ, ତାଙ୍କ ପୁଅ ମନୋଜ, ବୋହୂ ଗେଲି, ବାପା ପୁନିଆ ଓ ମା’ ଇନ୍ଦୁ ଗୁରୁତର ହୋଇଥିଲେ।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ସମସ୍ତ ଆହତମାନଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରିଥିଲା। ଚିକିତ୍ସାଧିନ ଅବସ୍ଥାରେ ମନୋଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୪ ଜଣଙ୍କ ଚିକିତ୍ସା ଜାରି ରହିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe