ଯାଜପୁରଜିଲ୍ଲାର ପାଣିକୋଇଲି ବଜାରରେ ଆଜି ଅପରାହ୍ଣରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ର ଶିକାର ହୋଇଥିବା ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ସୁନା ଦୋକାନ କର୍ମଚାରୀ ସୁନୀଲ ରାୟ। ଏଥି ସହିତ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ପୂର୍ବରୁ ନୀଳମାଧବ ପଣ୍ଡା ନାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକଙ୍କର ଦ୍ବାରା ଆକ୍ରୋଶର ଶିକାର ହୋଇଥିବା ଜଣେ ଲୁଟେରାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment

ଏହି ଖବର ପଢ଼ନ୍ତୁ: ଧାନ ଟ୍ରାକ୍ଟର ଓଲଟି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

publive-image

ଏହି ଖବର ପଢ଼ନ୍ତୁ: ଫସଲହାନି ଯୋଗୁଁ ବିଷ ପିଇ ଜୀବନ ହାରିଲେ ଚାଷୀ !

ସୂଚନା ଅନୁସାରେ ଆଜି ଅପରାହ୍ଣ ପାଣିକୋଇଲି ବଜାରସ୍ଥିତ ଏକ ସୁନା ଦୋକାନକୁ ଦୁର୍ବୃତ୍ତମାନେ ଟାର୍ଗେଟ କରିଥିଲେ। ୪ ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସିଥିଲେ। ଦୋକାନ ସାମ୍ନାରେ ବାଇକ୍ ରଖିଥିଲେ। ଏହା ପରେ ସୁନାଦୋକାନରୁ ଲୁଟ୍ ପାଇଁ ଉଦ୍ୟମ କରିଥିଲେ। ଏଥି ପାଇଁ ସେମାନେ ଗୁଳିମାଡ଼ କରିଥିଲେ। ଏହି ଗୁଳି ଟାଟା କଂପାନିର ବିଦ୍ୟୁତ ଯୋଗାଣ ବିଭାଗରେ କାର୍ଯ୍ୟରତ ଡ୍ରାଇଭର ନୀଳମାଧବ ପଣ୍ଡା ଓ ସୁନା ଦୋକାନରେ କାର୍ଯ୍ୟରତ କର୍ମଚାରୀ ସୁନୀଲ ରାୟଙ୍କ ଦେହରେ ବାଜିଥିଲା। ଉଭୟ ନୀଳମାଧବ ଓ ସୁନୀଲଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ନୀଳମାଧବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁନୀଲଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। 

ଏହି ଖବର ପଢ଼ନ୍ତୁ: ଘାଟି ତଳକୁ ଖସିପଡିଲା ସେନା ଟ୍ରକ, ଦୁଇ ଯବାନଙ୍କର ମୃତ୍ୟୁ

publive-image

ଦିନ ଦି’ ପ୍ରହରରେ ଗୁଳି ଫୁଟୁଛି। ନିଜର ସ୍ବାର୍ଥ ପାଇଁ ଲୁଟେରାମାନେ ମାନବିକତା ଭୁଲି ଯାଉଛନ୍ତି। ଯାଜପୁର ଜିଲ୍ଲା ପାଣିକୋଇଲି ବଜାରରେ ଆଜି ଯେଉଁଭଳି ହିଂସାକାଣ୍ଡ ଦେଖିବାକୁ ମିଳିଛି, ଜନସାଧାରଣ ଏକାକୀ ରାସ୍ତାରେ ଯିବାକୁ ନିଶ୍ଚିତ ଭାବେ ଭୟ କରିବେ।

publive-image

ଗୁଳିମାଡ଼ ପରେ ୪ ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିଲେ। କିନ୍ତୁ ସ୍ଥାନୀୟ ଲୋକେ ୨ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଧରାପଡ଼ିଥିବା ଏହି ଦୁଇ ଜଣ ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକେ ନିର୍ଦ୍ଧୁମ ଛେଚି ପୁଲିସ ନିକଟରେ ଜିମା ଦେଇଛନ୍ତି। ଏଥିରେ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗୁରୁତର ଦୁର୍ବୃତ୍ତକୁ ଯାଜପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ଜଣେ ଲୁଟେରା ପାଣିକୋଇଲି ପୁଲିସ ନିୟନ୍ତ୍ରଣରେ ଅଛି। ପୁଲିସ ତାକୁ ପଚରାଉଚରା କରୁଛି। 

ଏହି ଖବର ପଢ଼ନ୍ତୁ: ସିଡ୍‌ନି ଟେଷ୍ଟ୍‌: ଦ୍ବିତୀୟ ଦିନ ଶେଷ ସୁଦ୍ଧା ଭାରତ ୧୪୧/୬

publive-image

ତେବେ ଦିନ ଦି’ପ୍ରହରରେ ସାଧାରଣ ଜନତାଙ୍କର ଜୀବନ ସୁରକ୍ଷିତ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଲୁଟ୍ ନାଟକ ପରେ ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରିଛନ୍ତି। ପୁଲିସ ଭ୍ୟାନ୍କୁ ଅଟକ ରଖିଛନ୍ତି। ଭିଡ଼ ଯୋଗୁଁ ମୁଖ୍ୟ ରାସ୍ତାରେ ଶତାଧିକ ଯାନବାହନ ଚଳାଚଳ ବନ୍ଦ ରହିଛି। ସୂଚନା ପାଇ ଘଟଣାସ୍ଥଳରେ କେନ୍ଦ୍ରାଞ୍ଚଳ ଡ଼ିଆଇଜି ଚରଣ ସିଂ ମିନା, ଯାଜପୁର ଏସ୍‌ପି ୟଶପ୍ରତାପ ଶ୍ରୀମଲ ଓ ପୁଲିସ ଟିମ୍ ପହଞ୍ଚିଛନ୍ତି। ପୁଲିସ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି।