ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟା: ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ, ଅଭିଯୁକ୍ତ ଫେରାର

ଏକତରଫା ପ୍ରେମରୁ ବିଭତ୍ସ ହତ୍ୟାକାଣ୍ଡ ହୋଇଛି। ଜଣେ ଅଙ୍ଗନବାଡ଼ି କର୍ମୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଯୁବକ। ହତ୍ୟାକାଣ୍ଡ ପରେ ଯୁବକ ଜଣକ ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାର ଛନାଭିନ ଚଳାଇଛି। ସୁନ୍ଦରଗଡ଼ ଜିଲ୍ଲା‌ ହେମଗିରି ଥାନା ଅଧୀନ ଜଲମବାହାଲ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି।

034b232f-8eff-4f21-9b0a-51c3ad1a1b8f

ସୁନ୍ଦରଗଡ଼: ଏକତରଫା ପ୍ରେମରୁ ବିଭତ୍ସ ହତ୍ୟାକାଣ୍ଡ ହୋଇଛି। ଜଣେ ଅଙ୍ଗନବାଡ଼ି କର୍ମୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଯୁବକ। ହତ୍ୟାକାଣ୍ଡ ପରେ ଯୁବକ ଜଣକ ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାର ଛନାଭିନ ଚଳାଇଛି। ସୁନ୍ଦରଗଡ଼ ଜିଲ୍ଲା‌ ହେମଗିରି ଥାନା ଅଧୀନ ଜଲମବାହାଲ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ହେଲେ ଦିବ୍ୟାଭାରତୀ ଅଢ଼ା। ଅଭିଯୁକ୍ତ ଶରତ କଉଡ଼ି ହତ୍ୟା ଘଟଣା ପରେ ଫେରାର ଅଛି। 

ସୂଚନା ଅନୁସାରେ ହେମଗିରି ଥାନା ଜୁଲମବାହାଲ ପଞ୍ଚାୟତ ପୁର୍ଣା ଗାଁରେ ଘଟିଯାଇଛି ବୀଭତ୍ସ ହତ୍ୟାକାଣ୍ଡ। ସେହି ଗାଁର ଶରତ କଉଡ଼ି ଗାଁର ଅଙ୍ଗନବାଡ଼ି କର୍ମୀ ଦିବ୍ୟାଭାରତୀ ଅଢ଼ାଙ୍କୁ ଏକ ତରଫା ପ୍ରେମ କରୁଥିଲା। ଅନେକ ସମୟରେ ପ୍ରେମ ନିବେଦନ କରିବା ସହ ବାରମ୍ବାର ଦିବ୍ୟାଭାରତିଙ୍କୁ ହଇରାଣ କରୁଥିଲା।

ଆଜି ଦିବ୍ୟାଭାରତୀ ଅଙ୍ଗନବାଡ଼ି ପାଠ ପଢ଼ାଇ ସାରି ଜଣେ ଛୁଆକୁ ଧରି ଘରକୁ ଫେରୁଥିଲେ। ସେହି ସମୟରେ ଏକ ନିଛାଟିଆ ସ୍ଥାନରେ ପଛପଟରୁ ଏକ ଟାଙ୍ଗିଆରେ ତାଙ୍କୁ ଶରତ ଆକ୍ରମଣ କରିଥିଲା। ଟାଙ୍ଗିଆରେ ଦୁଇ ଥର ଚୋଟ ମାରିଲା ପରେ ଦିବ୍ୟାଭାରତୀ ସେଠାରେ ଟଳି ପଡ଼ିଥିଲେ।

ଖବର ପାଇ ଘର ଲୋକ ସେଠାରେ ପହଞ୍ଚିଲା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପରିବାର ବର୍ଗଙ୍କ ଏତଲା ପରେ ପୁଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe