ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା, ବର୍ଷକ ପରେ ଫେରାର୍‌ ଅଭିଯୁକ୍ତ ଗିରଫ

Advertisment
ଚୋର ଗିରଫ, ମୋବାଇଲ୍‌ ଜବତ

ଭୁବନେଶ୍ୱର: ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ଫେରାର୍‌ ଅଭିଯୁକ୍ତକୁ ବର୍ଷକ ପରେ ଗିରଫ କରିଛି। ସେ ହେଲା ଲକ୍ଷ୍ମୀସାଗର ତଳସାହି ଅଞ୍ଚଳର ରାକେଶ ମଲ୍ଲିକ(୨୪)। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ୨୦୧୭ ମସିହା ମାର୍ଚ୍ଚ ୨୧ ତାରିଖ ରାତିରେ ମୁସଲିମ୍‌ ବସ୍ତିର ସାଗିର ଖାନ୍‌ ନାମକ ଜଣେ ଯୁବକଙ୍କ ସହ ରାକେଶର ପାଟିତୁଣ୍ଡ ହୋଇଥିଲା। ଉଭୟଙ୍କ ମାଡ଼ପିଟ୍‌ ଦେଖି ରାକେଶର କେତେକ ସହଯୋଗୀ ଧାଇଁ ଆସିଥିଲେ। ଏହାପରେ ସେମାନେ ସାଗିରଙ୍କୁ ଲୁହା ରଡ୍‌ ଓ କଟୁରିରେ ଆକ୍ରମଣ କରିଥିଲେ। ଫଳରେ ସାଗିର ଗୁରୁତର ଆହତ ହୋଇଥିଲେ। ଏନେଇ ସାଗିର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ପୂର୍ବରୁ ବିକ୍ରମ ପ୍ରଧାନ ଓରଫ ମଣ୍ଟୁ ସମେତ ୩ ଯୁବକଙ୍କୁ ଗିରଫ କରିଥିବା ବେଳେ ରାକେଶ ଫେରାର୍‌ ହୋଇଯାଇଥିଲା। ତେବେ ଗତକାଲି ରାତିରେ ପୁଲିସ ରାକେଶ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଥାନାକୁ ଆଣି ପଚରା ଉଚରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe