ଯୁବତୀଙ୍କ ଘର ବାହାରେ ଆତ୍ମହତ୍ୟା କଲା ଏକତରଫା ପ୍ରେମ କରୁଥିବା ଯୁବକ

Advertisment
ଯୁବତୀଙ୍କ ଘର ବାହାରେ ଆତ୍ମହତ୍ୟା କଲା ଏକତରଫା ପ୍ରେମ କରୁଥିବା ଯୁବକ

ଲକ୍ଷ୍ନୌ: ଲକ୍ଷ୍ନୌରେ ଏକତରଫା ପ୍ରେମ କରୁଥିବା ଜଣେ ଯୁବକ ଯୁବତୀର ଘର ବାହାରେ ଆତ୍ମହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଲମବାଗ ନିବାସୀ ଅଭିଷେକ ଚୌଧୁରୀ (୨୨) ଗୁରୁବାର ସକାଳେ ବାରାରେ ରହୁଥିବା ଜଣେ ଯୁବତୀଙ୍କ ଘରକୁ ଯାଇଥିଲା। ଯୁବତୀଙ୍କୁ ସେ ବାହା ହେବା ଲାଗି ଜିଦ୍‌ ଧରିଥିଲା। ଏହା ଦେଖି ଯୁବତୀଙ୍କ ପରିବାର ଲୋକେ ଗାଳି ଗୁଲଜ କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ହତାଶ ପ୍ରେମିକ ଯୁବତୀଙ୍କ ଘରର କବାଟରେ ହିଁ ଫାସୀ ଦେଇ ଆତ୍ମହତ୍ୟା କରିଥିଲା।

publive-image

ଏ ସଂପର୍କରେ ଖବର ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଷେକକୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମାତ୍ର ତାକୁ ରକ୍ଷା କରିପାରି ନଥିଲା। ଅପରପକ୍ଷରେ ଅଭିଷେକର ପରିବାର ଅଭିଯୋଗ କରିଛନ୍ତି ଯେ ଅଭିଷେକଙ୍କୁ ଯୁବତୀଙ୍କ ଘର ଲୋକେ ପିଟି ପିଟି ମାରିଦେବା ପରେ ଫାସୀ ଲଗାଇ ଦେଇଛନ୍ତି। ଲୋକେ ଯୁବତୀଙ୍କ ଘର ଆଗରେ ରୁଣ୍ଡ ହୋଇଥିଲେ ବି କେହି ଅଭିଷେକଙ୍କୁ ଆତ୍ମହତ୍ୟାରୁ ନିବୃତ୍ତ କରି ନଥିବା କୁହାଯାଉଛି। ଖାଲି ସେତିକି ନୁହେଁ ବହୁଲୋକ ଘଟଣାର ଭିଡିଓ ରେକର୍ଡିଂ ବି କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe