The Hans India
ଇନ୍ଦୋର: ଇନ୍ଦୋରର ଭଓ୍ଵରକୁଆଁ ଥାନା ଅଞ୍ଚଳରେ କିଛିଦିନ ପୂର୍ବରୁ ଜଣେ ମହିଳା ନିଜର ଦୁଇଜଣ ଶିଶୁଙ୍କ ସହିତ କେଉଁଆଡ଼େ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଥିଲା। ମହିଳା ନିଖୋଜ ହୋଇଯିବା ପରେ ତାଙ୍କ ସ୍ୱାମୀ ଓ ପରିବାରଲୋକ ଅନେକ ଖୋଜାଖୋଜି କରିଥିଲେ ହେଁ କୌଣସି ସନ୍ଧାନ ପାଇ ନ ଥିଲେ। ଏହାପରେ ସେହି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଦେଖିଥିଲେ । ଜାନୁଆରି ୨୯ ତାରିଖରେ ପତ୍ନୀ ଓ ଶିଶୁ ପାଲଦା ଅଞ୍ଚଳର ଜଣେ କଂଗ୍ରେସ ନେତା ସଞ୍ଜୟ (ଛଦ୍ମନାମ) ସହିତ ଦୁଇଚକିଆ ଯାନରେ ବସି କେଉଁଆଡ଼େ ଫେରାର ହୋଇଯାଇଥିବା ଜଣାପଡ଼ିଥିଲା।
ଏହାପରେ ନିଖୋଜ ମହିଳାଙ୍କ ସ୍ୱାମୀ ପୁଲିସରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଏହି ଘଟଣା ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସେ ନିଜର ଏହି ଅଭିଯୋଗ ନେଇ ଡିଆଇଜିଙ୍କ ପାଖରେ ପହଞ୍ଚିଥିଲେ। ଡିଆଇଜିଙ୍କ ନିର୍ଦ୍ଦେଶ ପରେ ପୁଲିସ ମହିଳାଙ୍କ ଲୋକେସନ୍ ଟ୍ରାକ୍ କରିଥିଲା। ଲୋକେସନ୍ ଟ୍ରାକ୍ କରିବା ପରେ ମହିଳା ପଚମଢ଼ିରେ ରହୁଥିବା ଜଣାପଡ଼ିଥିଲା। ପୁଲିସ ଟିମ୍ ପଚମଢ଼ିରେ ପହଞ୍ଚି ମହିଳାଙ୍କୁ ଗିରଫ କରି ଇନ୍ଦୋର ନେଇ ଆସିଥିଲେ।
Zee Newsପୁଲିସ ପଚରାଉଚରା କରିବା ସମୟରେ ମହିଳା ଲିଖିତ ଭାବେ କହିଥିଲେ, ସେ ନିଜ ଇଚ୍ଛାରେ ସଞ୍ଜୟ ସହିତ ଆସିଛନ୍ତି। ସେ ଏବେ ଆଉ ତାଙ୍କ ସ୍ୱାମୀଙ୍କ ସହିତ ରହିବାକୁ ଚାହାନ୍ତି ନାହିଁ। ମହିଳାଙ୍କ ଠାରୁ ଏଭଳି କଥା ଶୁଣିବା ପରେ ପୁଲିସ ଦୁଇଜଣ ଶିଶୁଙ୍କୁ ତାଙ୍କ ପିତାଙ୍କୁ ଦେଇଥିଲା।
Follow Us