ଆଳି: ଗତ ୪ ତାରିଖ ରାତି ୮ଟାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧୀନ ଅଙ୍ଗାରଖ ଗାଁର ପ୍ରଭାକର ପ୍ରଧାନଙ୍କ ଘରୁ ଡକାୟତି ଘଟଣାରେ ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସୁନା, ରୁପା, ଅସ୍ତ୍ରଶସ୍ତ୍ର ଓ ନଗତ ଟଙ୍କା ଜବତ କରିଛି।

Advertisment

ଏହି ଖବର ପଢ଼ନ୍ତୁ: ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ସୂଚନା ଅନୁସାରେ ଘଟଣା ଦିନ ଲୁଟେରା ଗ୍ୟାଙ୍ଗ୍‌ର ସଦସ୍ୟମାନେ ପ୍ରଭାକର ପ୍ରଧାନଙ୍କ ଘରେ ମୁହଁରେ କଳା କପଡ଼ା ଢାଙ୍କି ଅତର୍କିତ ଭାବେ ପଶିଥିଲେ। ଗୃହକର୍ତ୍ତା ପ୍ରଭାକର ଓ ତାଙ୍କ ବୋହୂ ଅନୁସ୍ମିତାଙ୍କୁ ଆକ୍ରମଣ କରି ବାକ୍ସ, ଆଲମିରା ଭାଙ୍ଗି ସବୁକିଛି ଲୁଟ୍ କରି ନେଇଥିଲେ। ଡକାୟତି ପରେ ପ୍ରଭାକର ଥାନାରେ ଅଭିଯୋଗ କରିଥିବା ବେଳେ ଏହି ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଡ଼କାୟତ ଗ୍ୟାଙ୍ଗକୁ ଠାବ କରିବା ପାଇଁ ପୁଲିସ ବିଭିନ୍ନ ସୂତ୍ର ଆଧାରରେ ଜାଲ ବିଛାଇଥିଲା ଓ ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଥିଲା ବୋଲି ଆଳିଥାନା ଅଧିକାରୀ ସବ୍ୟସାଚୀ ଶତପଥୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। 

ଏହି ଖବର ପଢ଼ନ୍ତୁ: ଭେଣ୍ତିଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ

ପୁଲିସ କହିଛି ଗିରଫ ହୋଇଥିବା ୭ ଡକାୟତ ହେଲେ ପଟ୍ଟାମୁଣ୍ଡାଇ ଥାନା ମାଟିଆ ଗ୍ରାମର ପ୍ରଦୀପ ମଲିକ, ତେଲେଙ୍ଗା ବସନ୍ତ ଗ୍ରାମର ସଞ୍ଜୟ ମଲିକ, ପାନ୍ତୁରି ଗ୍ରାମର ଜୟନ୍ତ ରାଉତ, ବଡ଼ ମୂଳବସନ୍ତ ଗ୍ରାମର କିରଣ ସେଠୀ, ନିକିରାଇ ଥାନା ମୁଗବାଡ଼ି ଗ୍ରାମର ସେକ୍ ମୁସ୍ତାକିମ୍, ମାର୍ଶାଘାଇ ଥାନା ଜୁଣଛକର ହୃଷୀକେଶ ମଲିକ ଓ କେନ୍ଦ୍ରାପଡ଼ା ଥାନା ବଡ଼ ଗାଁର ରାମଚନ୍ଦ୍ର ସାହୁ ବୋଲି ଥାନା ଅଧିକାରୀ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି। 

ଏହି ଖବର ପଢ଼ନ୍ତୁ: ମହାରାଷ୍ଟ୍ର ମନ୍ତ୍ରୀଙ୍କ ବିଭାଗ ବଣ୍ଟନ

ଶ୍ରୀ ଶତପଥୀ କହିଛନ୍ତି, ଅଭିଯୁକ୍ତମାନଙ୍କ ଠାରୁ ଡକାୟତିରେ ବ୍ୟବହାର ହୋଇଥିବା ଗୋଟିଏ ବନ୍ଧୁକ, ୨ଟି ତେଲେଙ୍ଗା କଟୁରୀ, ୩ ବାଇକ୍‌, ଲୁଟ୍ କରିଥିବା ୩ ଭରି ସୁନା, ୨୪ଭରି ରୁପା, ୬ଟି ମୋବାଇଲ୍ ଫୋନ୍‌ ଓ ନଗଦ ୪୬ ହଜାର ଟଙ୍କା ଜବତ କରିଛି।ଗିରଫ ଡକାୟତମାନଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୨ରୁ ୧୩ଟି ଯାଏ ଅପରାଧିକ ମାମଲା ରହିଛି। ଡକାୟତ ଗ୍ୟାଙ୍ଗରେ ସଂପୃକ୍ତ ଥିବା ସ୍ଥାନୀୟ ଅଞ୍ଚଳର ସୂତ୍ରଧର ଫେରାର ଅଛି ବୋଲି କହିଛନ୍ତି।

ଏହି ଖବର ପଢ଼ନ୍ତୁ: ସୁଭଦ୍ରା: ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା