ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁରର ମାର୍ଟିନନଗରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହବାର୍ଷିକ ଦିନ ସ୍ବାମୀ-ସ୍ତ୍ରୀ ଜୀବନ ହାରି ଦେଇଥିବା ଖବର ମିଳିଛି। ମୃତ ଦମ୍ପତିଙ୍କ ନାମ ଜେରିଲ ଓରଫ ଟୋନି ଅସ୍କର ମୋନକ୍ରିପ ବୟସ ୫୪ବର୍ଷ ଥିବା ବେଳେ ଏନି ଜେରିଲ ମୋନକ୍ରିପଙ୍କ ବୟସ ୪୫ବର୍ଷ ଥିବା ଜଣାପଡ଼ିଛି। ଜୀବନ ହାରିବା ପୂର୍ବରୁ ଦୁହେଁ ହ୍ବାଟସ ଆପରେ ଏକ ଷ୍ଟାଟସ ଦେଇଥିଲେ। ଯେଉଁଥିରେ ଦମ୍ପତି ଜୀବନ ହାରିବାର କାରଣ ଜଣାଇଥିଲେ।
ଅଧିକପଢ଼ନ୍ତୁ:ସ୍ତ୍ରୀ ଭିକାରି ସହ ଫେରାର ହୋଇଥିବା କହିଥିଲା ସ୍ବାମୀ, ସାମ୍ନାକୁ ଆସିଲା ପ୍ରକୃତ କାରଣ
ପ୍ରାପ୍ତ ସୂଚନା ଅନୁଯାୟୀ, ଜେରିଲ ଏକ ହୋଟେଲରେ ସେଫ ଭାବେ କାମ କରୁଥିବା ବେଳେ ସ୍ତ୍ରୀ ଗୃହିଣୀ ଥିଲେ। ଏହି ଦମ୍ପତିଙ୍କ ବିବାହକୁ ୨୫ବର୍ଷ ବିତି ଯାଇଥିଲେ ସୁଦ୍ଧା ସନ୍ତାନ ସୁଖ ପ୍ରାପ୍ତ କରି ପାରି ନଥିଲେ। ଏତେ ବଡ଼ ଦୁଃଖକୁ ଛାତିରେ ଜାବୁଡ଼ି ଧରି ଜେରିଲ ଓ ତାଙ୍କ ସ୍ତ୍ରୀ ବାଟ ଚାଲୁଥିଲେ। ଏହାରି ଭିତରେ ଜେରିଲଙ୍କ ଚାକିରି ଚାଲି ଯାଇଥିଲା।
ଅଧିକପଢ଼ନ୍ତୁ:ଜାଣନ୍ତୁ ବ୍ରୁଜ୍ ଖଲିଫାରେ ଥିବା ଆପାର୍ଟମେଣ୍ଟର ଦାମ୍ କେତେ
ଚାକିରି ପାଇଁ ଜେରିଲ ଚେଷ୍ଟା ଜାରି ରଖି ଥାଆନ୍ତି। ଘର ଚଳାଇବାକୁ ଅର୍ଥ ବାଧା ଦେବା ପରେ ସେ ଋଣ କରି ଚଳିବା ଆରମ୍ଭ କରିଥିଲେ। ଗତ ଜାନୁଆରି ୬ ତାରିଖରେ ଟୋନି ଓ ଏନି ନିଜର ବିବାହ ବାର୍ଷିକ ପାଳନ କରିଥିଲେ। ଏହାପରେ ବିବାହ ବାର୍ଷିକ ରାତିରେ ଦୁହେଁ ଜୀବନ ହାରି ଦେଇଥିଲେ।
ଅନେକ ସମୟ ଧଣି ଟୋନିଙ୍କ କବାଟ ଖୋଲି ନଥିଲା। ପଡ଼ିଶାଲୋକ ସନ୍ଦେହ କରି ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାବଟ ଭାଙ୍ଗି ଘର ଭିତରେ ପଣି ଟୋନି ଓ ଏନିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।