ନୂଆଦିଲ୍ଲୀ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରରେ ଅନର କିଲିଂର ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଭାଇ ଭଉଣୀକୁ ପାହାଡ଼ ଉପରୁ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଭାଇକୁ ଗିରଫ କରି ଯାଞ୍ଚ ଆରମ୍ଭ କରିଛି।

Advertisment

ଅଧିକପଢ଼ନ୍ତୁ:କୋଚଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେଲେ ହକି ଖେଳାଳି

ପ୍ରକାଶିତ ରିପୋର୍ଟ ମୁତାବକ, ଶାହଗଢ଼ରେ ରହୁଥିବା ଜଣେ ଯୁବତୀ ଅନ୍ୟ ଜାତିର ଯୁବକଙ୍କୁ ଭଲ ପାଉଥିଲେ। ଯୁବତୀଙ୍କ ଏ ସମ୍ପର୍କକୁ ତାଙ୍କ ଘର ଲୋକ ପସନ୍ଦ କରୁ ନଥିଲେ। ଏହାକୁ ନେଇ ଯୁବତୀ ଶାହଗଢ଼ ପୁଲିସ ଷ୍ଟେସନରେ ଅଭିଯୋଗ କରି କହିଥିଲେ, ‘ପରିବାରଲୋକ କୌଣସି ମୁହୂର୍ତ୍ତରେ ମୋତେ ହତ୍ୟା କରିପାରନ୍ତି।’

ଏହାପରେ ପରିବାରଲୋକ ଝିଅକୁ ତାଙ୍କ ସାନବାପାଙ୍କ ଘରକୁ ପଠାଇ ଦେଇଥିଲେ। ଏଠାରେ ଯୁବତୀଙ୍କ ସାନବାପାଙ୍କ ପୁଅ ଋଷିକେଶ ଭଉଣୀକୁ ବୁଲାଇ ନେବା ବାହାନାରେ ପାହାଡ଼ ଉପରକୁ ନେଇ ୨୦୦ଫୁଟ ତଳକୁ ଠେଲି ଦେଇଥିଲା। ଯେଉଁ କାରଣରୁ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। 

ଅଧିକପଢ଼ନ୍ତୁ:ଦୁର୍ଘଟଣାରେ ଜଳିଗଲା ଟ୍ରକ୍‌-ବାଇକ୍‌; ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି

ଉକ୍ତ ପାହାଡ଼ ତଳେ କ୍ରିକେଟ ଖେଳ ଚାଲିଥିଲା। ଏହି ଖେଳ ଦେଖିବା ପାଇଁ ଉପସ୍ଥିତ ଥିବା ଦର୍ଶକ ଫୋନରେ ଖେଳକୁ ରେକର୍ଡ କରୁଥିଲେ। ଏହି ରେକର୍ଡରେ ପାହାଡ ଉପରୁ ଋଷିକେଶ ଭଉଣୀକୁ ଠେଲିବାର ଭିଡିଓ ବି କୈଦ ହୋଇଯାଇଥିଲା। ଏହି ଭିଡିଓ ଆଧାରରେ ପୁଲିସ ଅଭଯୁକ୍ତକୁ  ଗିରଫ କରି ଯାଞ୍ଚ ଆରମ୍ଭ କରିଛି।