ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହରିଦ୍ବାରରେ ଜଣେ ନାବାଳିକା ହକି ଖେଳାଳିଙ୍କ ସହିତ ଦୁଷ୍କର୍ମର ଏକ  ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା ନିଜ କୋଚଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି। ଦୁଷ୍କର୍ମକାରୀ କୋଚଙ୍କ ନାମ ଭାନୁ ଅଗ୍ରୱାଲ ବୋଲି ଜଣାପଡ଼ିଛି। 

ଅଧିକପଢ଼ନ୍ତୁ:ଦୁଷ୍କର୍ମକାରୀ ବାବା ଆଶାରାମଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌

Advertisment

ହରିଦ୍ବାରର ସିଡକୁଲ ଥାନା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରିଛି। ଦୁଷ୍କର୍ମକାରୀ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୭୬ ଓ ପୋସ୍କୋ ଆକ୍ଟ ଆଧାରରେ ପୁଲିସ ମାମଲା ରୁଜୁ କରି ଗିରଫ କରି ତାଙ୍କୁ ପଦରୁ ନିଲମ୍ବନ କରିଛି।

ପୁଲିସ ପୀଡ଼ିତା ଖେଳାଳିଙ୍କୁ ଡାକ୍ତରିମାଇନା ପାଇଁ ପଠାଇବା ସହିତ ଫରେନ୍ସିକ ଟିମ ଘଟଣାସ୍ଥଳରୁ କିଛି ପ୍ରମାଣ ସଂଗ୍ରହ କରି ଯାଞ୍ଚ ଆରମ୍ଭ କରିଛନ୍ତି।

ଅଧିକପଢ଼ନ୍ତୁ:ଏଚମପିଭିର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି: ସ୍ବାସ୍ଥ୍ୟମନ୍ତ୍ରୀ

କିଛିଦିନ ପରେ  ଆରମ୍ଭ ହେବାକୁ ଯାଉଥିବା ଜାତୀୟ ଖେଳ ହକିର ଆୟୋଜନର ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି  ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନିମନ୍ତ୍ରଣ କରି ଫେରିଛନ୍ତି। ହରିଦ୍ବାରରେ ଥିବା ହକି ଷ୍ଟାଡିୟମ ପ୍ରସିଦ୍ଧ ହକି ମହିଳା ହକି ଖେଳାଳି ବନ୍ଦନା କଟାରିୟାଙ୍କ ନାମରେ ନାମିତ। ଏଭଳି ସମୟରେ ହକି ଖେଳାଳିଙ୍କୁ ଦୁଷ୍କର୍ମ କରାଯିବା ଘଟଣା ସମସ୍ତଙ୍କୁ ନିରାଶ କରି ଦେଇଛି। ଏହି ଘଟଣା ମହିଳା ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।