ଜୁମ କଲରେ ସଂସଦୀୟ ବୈଠକ ଚାଲୁଥିବା ବେଳେ ବିନା ପୋଷାକରେ ଚାଲି ଆସିଲେ ନେତାଙ୍କ ପତ୍ନୀ

Advertisment
ଜୁମ କଲରେ ସଂସଦୀୟ ବୈଠକ ଚାଲୁଥିବା ବେଳେ ବିନା ପୋଷାକରେ ଚାଲି ଆସିଲେ ନେତାଙ୍କ ପତ୍ନୀ

ନୂଆଦିଲ୍ଲୀ: କରୋନା ଭାଇରସ ହେତୁ ଜୀବନଶୈଳୀ ବହୁ ପରିବର୍ତ୍ତନ ହୋଇଯାଇଛି। ବର୍ତ୍ତମାନ ଅଧିକାଂଶ ଲୋକେ ଘରେ ରହି କାମ କରୁଛନ୍ତି। ଏହି ସମୟରେ ସରକାରୀ ଅଧିକାରୀ ଏବଂ ନେତାମାନେ ଜୁମ ଆପରେ ବୈଠକ କରୁଛନ୍ତି। ତେବେ ଏହି ଜୁମ ‌ବୈଠକ ଲୋକମାନଙ୍କ ପାଇଁ ବହୁ ସୁବିଧା ହେଉଥିବା ବେଳେ ଏହାର ଅନେକ ପାର୍ଶ୍ବ ପ୍ରତିକ୍ରିୟା ବି ଦେଖିବାକୁ ମିଳୁଛି। ଏମିତି ଏକ ଘଟଣା ନିକଟରେ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି।

ଦକ୍ଷିଣ ଆଫ୍ରିକାରେ ଏବେ କରୋନା ସଂକ୍ରମଣ ବଢ଼ୁଥିବାରୁ ସରକାରୀ ଅଧିକାରୀ ଏବଂ ନେତାମାନେ ଜୁମ ଆପରେ ବୈଠକ କରୁଛନ୍ତି। ଏଭଳି ଏକ ଜୁମ ଆପରେ ବୈଠକ ଚାଲୁୂଥିବା ବେଳେ  ଯୋଲିଲେ ଏନଭେଡୁ ନାମକ ନେତାଙ୍କ ସ୍ତ୍ରୀ ବିନା ପୋଷାକରେ ଅଜଣାତରେ ସ୍ବାମୀଙ୍କ ପଛ ପଟେ ଆସି ଠିଆ ହୋଇ ଯାଇଥିଲେ। ‌ଯେଉଁଥି ପାଇଁ ଏକ ଜରୁରୀ ବୈଠକକୁ ଅଧାରୁ ଅଟକାଇବାକୁ ପଡ଼ିଥିଲା।

publive-image

ଏହି ଘଟଣାକୁ ନେଇ ଯୋଲିଲେ ଏନଭେଡୁ କହିଛନ୍ତି, ‘ଏପରି ଘଟଣା ପାଇଁ ମୁଁ ବହୁତ ଲଜ୍ଜିତ। ସାଥୀ ନେତାଙ୍କୁ କ୍ଷମା ମାଗୁଛି। ଜୁମ ଟେକନୋଲୋଜି ଆମ ପାଇଁ ପୂରା ନୂଆ। ଆମକୁ ଏସବୁ ପାଇଁ କେବେ ପ୍ରଶିକ୍ଷଣ ମିଳି ନାହିଁ। ମୋ ଘର ପାଇଁ ବି ଏସବୁ ନୂଆ। ତେଣୁ ଏସବୁ ପ୍ରତି ଆମେ ଆଗକୁ ଧ୍ୟାନ ଦେବୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe