ଘରେ ପଶି ୨୪ ବର୍ଷୀୟ ଯୁବତୀଙ୍କୁ ଅପହରଣ କରିନେଲେ ଶତାଧିକ ଯୁବକ; ୧୬ ଗିରଫ

Advertisment
ଘରେ ପଶି ୨୪ ବର୍ଷୀୟ ଯୁବତୀଙ୍କୁ ଅପହରଣ କରିନେଲେ ଶତାଧିକ ଯୁବକ; ୧୬ ଗିରଫ

ତେଲେଙ୍ଗାନା: ଶୁକ୍ରବାର ଦିନ ତେଲେଙ୍ଗାନାର  ରଙ୍ଗା ରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ଅତିବଲା ଅଞ୍ଚଳସ୍ଥିତ ବାସଭବନରେ ଅନ୍ୟୂନ ୧୦୦ଜଣ ଯୁବକ ବଳପୂର୍ବକ ପ୍ରବେଶ କରି ଅପହରଣ କରି ନେଇଥିବା ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

publive-image Image Courtesy of India Today

ତେଲେଙ୍ଗାନା ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣାରେ ସମ୍ପୃକ୍ତ ଥିବା ଯୁବକମାନଙ୍କ ମଧ୍ୟରୁ ଏଯାବତ୍‌ ୧୬ଜଣଙ୍କୁ ଗିରଫ କରାଯାଇଛି ଏବଂ  ଅପହୃତା ଯୁବତୀଙ୍କୁ ୬ ଘଣ୍ଟା ମଧ୍ୟରେ ଉଦ୍ଧାର କରାଯାଇଛି। ବାକି ଅଭିଯୁକ୍ତମାନଙ୍କୁ ଅବିଳମ୍ବେ ଗରିଫ କରାଯିବ। ଅଭିଯୁକ୍ତମାନଙ୍କ ନାମରେ ନରହତ୍ୟା ଓ ଅପହରଣ ଅଭିଯୋଗ ହୋଇଛି। ଅପହୃତା ଯୁବତୀଜଣକ ଦନ୍ତରୋଗ ବିଶେଷଜ୍ଞା।

ଯୁବତୀଙ୍କ ପିତାମାତାଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୧୦୦ଜଣ ଯୁବକ ଜବରଦସ୍ତି ତାଙ୍କ ଘରେ ପ୍ରବେଶ କରି ଝିଅ ବୈଶାଳୀକୁ ଉଠାଇ ନେବା ସହିତ ଘର ଭଙ୍ଗାରୁଜା କରିଛନ୍ତି।

publive-image Image Grabbed from Video

ଏହି ଘଟଣାର ଗୋଟାଏ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଯୁବକମାନେ ଉକ୍ତ ଯୁବତୀଙ୍କ ଆତ୍ମୀୟମାନଙ୍କୁ ମାରଧର କରୁଥି‌ବା ଦୃଶ୍ୟ ସେଥିରେ ରହିଛି।

ଘଟଣାର ମୁଖ୍ୟ ଅଭିଯୁକ୍ତ କେ. ନବୀନ ରେଡ୍ଡୀ ପୁଲିସକୁ କହିଛନ୍ତି ଯେ, ବୈଶାଳୀ ଓ ସେ ବିବାହ କରିସାରିଥିଲେ। କିନ୍ତୁ, ବୈଶାଳୀ ଦନ୍ତ ଚିକିତ୍ସକ ହେବା ପରେ ତା’ର ବାପାମାଆଙ୍କ ମନୋଭାବ ବଦଳିଗଲା।

ସୂଚନା‌ଯୋଗ୍ୟ, ୨୬ ବର୍ଷିୟ କେ. ନବୀନ ରେଡ୍ଡୀଙ୍କର ସହରର ବିଭିନ୍ନ ପ୍ରାନ୍ତରେ ‘ଚେନ୍‌ ଟି ଆଉଟ୍‌-ଲେଟ୍‌’ (ଚା ଦୋକାନ) ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe