ଯୌନ ଉତ୍ପୀଡ଼ନର ପ୍ରତିବାଦ କରିବାରୁ ୩୦ ଜଣ ସ୍କୁଲ୍‌ ଛାତ୍ରୀଙ୍କୁ ପିଟି ଲହୁଲୁହାଣ କଲେ ଦୁର୍ବୃତ୍ତ

Advertisment
ଯୌନ ଉତ୍ପୀଡ଼ନର ପ୍ରତିବାଦ କରିବାରୁ ୩୦ ଜଣ ସ୍କୁଲ୍‌ ଛାତ୍ରୀଙ୍କୁ ପିଟି ଲହୁଲୁହାଣ କଲେ ଦୁର୍ବୃତ୍ତ

ପାଟନା: ଯୌନ ଉତ୍ପୀଡ଼ନର ପ୍ରତିବାଦ କରିବାରୁ ବିହାରରେ ଗୁଣ୍ଡାମାନେ ୩୦ରୁ ଊର୍ଦ୍ଧ୍ୱ ସ୍କୁଲ୍‌ ଛାତ୍ରୀଙ୍କୁ ମାଡ଼ ଦେଇଛନ୍ତି। ଝିଅମାନେ ହେଉଛନ୍ତି ସୁପାଉଲ୍‌ ଜିଲ୍ଲାରେ ଥିବା ଏକ ସରକାରୀ ବିଦ୍ୟାଳୟ ଛାତ୍ରୀ। ଚିକିତ୍ସା ପାଇଁ ସେମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଝିଅମାନଙ୍କୁ ନିୟମିତ ହଇରାଣ ହରକତ କରିବା ନିକଟବର୍ତ୍ତୀ ଗାଁ’ର ସେ ଯୁବକମାନଙ୍କ ଅଭ୍ୟାସ ବୋଲି ଖବର ମିଳିଛି। ସେମାନେ ଅଶ୍ଳୀଳ ମନ୍ତବ୍ୟ ଦେବା ସହ ସ୍କୁଲ୍‌ ପ୍ରାଚୀରରେ ଅସଭ୍ୟ କଥା ଲେଖନ୍ତି। ସ୍କୁଲ୍‌ ପ୍ରଶାସନକୁ ଅଭିଯୋଗ କରିବା ପରେ ମଧ୍ୟ ସେମାନଙ୍କ ବିରୋଧ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା।

ଶନିବାର ଦିନ ସ୍କୁଲ୍‌ ପ୍ରାଚୀରରେ ଜଣେ ଯୁବକ ଅସଭ୍ୟ କଥା ଲେଖୁଥିବା ସମୟରେ କେତେକ ଛାତ୍ରୀ ଦେଖି ତାଙ୍କୁ ଗାଳି ଦେଇଥିଲେ।
କିନ୍ତୁ, କିଛି ସମୟ ପରେ ଦୁଇ ଡଜନ ସରିକି ଲୋକ ଠେଙ୍ଗାବାଡ଼ି ଧରି ସ୍କୁଲ୍‌ ଉପରେ ଆକ୍ରମଣ କରିଥିଲେ।

ସ୍କୁଲ୍‌ର ଓ୍ଵାର୍ଡେନ୍‌ ରୀମା ରାଜ୍‌ କହନ୍ତି: ସେତେବେଳେ ସନ୍ଧ୍ୟା ସମୟ ହୋଇଥିବାରୁ ଛାତ୍ରୀମାନେ ଖେଳିବାକୁ ଯାଉଥିଲେ। ମୁଁ ଦେଖିଲି ପୁରୁଷ ଓ ମହିଳାଙ୍କ ସମେତ ଗ୍ରାମବାସୀମାନେ ଛାତ୍ରୀମାନଙ୍କୁ ମାରଧର କରୁଥିଲେ। ସେମାନଙ୍କୁ ଗୋଇଠା ମାରିବା ସହ ଠେଙ୍ଗାରେ ପିଟିଥିଲେ।

ପ୍ରାୟ ଘଣ୍ଟାଏ କାଳ ସ୍କୁଲ୍‌ରେ ହୋହଲ୍ଲା ଚାଲିଥିଲା। ଝିଅମାନଙ୍କୁ ଗୋରୁଗାଈଙ୍କ ପରି ପିଟିଥିଲେ ସେମାନେ। ଅନେକ ଜଖମ ହୋଇ ଲହୁଲୁହାଣ ହୋଇଥିଲେ। ସ୍କୁଲ୍‌ର ଆସବାବପତ୍ର ମଧ୍ୟ ସେମାନେ ଭାଙ୍ଗିରୁଜି ପକାଇଛନ୍ତି।

ଆକ୍ରମଣ ସମ୍ବନ୍ଧରେ ଜାଣିବା ପରେ ସ୍ଥାନୀୟ ପ୍ରଶାସନ ସ୍କୁଲ୍‌ରେ ପହଞ୍ଚିଥିଲା। ଚିକିତ୍ସା ପାଇଁ ଛାତ୍ରୀମାନଙ୍କୁ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଆକ୍ରମଣକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୁପାଉଲ୍‌ର ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe