ଚନ୍ଦ୍ରଶେଖରପୁର : ମାଲିକ ଠାରୁ କାର୍ ଭଡ଼ାରେ ନେଇ ଆଉ ଫେରାଉନଥିବା ଜଣେ ଡ଼୍ରାଇଭର୍କୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫକରି କୋର୍ଟ ଚାଲଣକରିଛି। ଗିରଫ ଯୁବକ ଜଣଙ୍କ ନାମ ସୁଶାନ୍ତ ମାଝି(୨୪)। ସେ ଧାମନଗର ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ନୂଆପଲ୍ଲୀ ସାଲିଆ ସାହି ଏକାମ୍ର ଭିଲା ହାଣ୍ଡିଆ ହାଟ୍ ବସ୍ତିରେ ରୁହେ। ସେ ପ୍ରଶାନ୍ତ ବିହାରସ୍ଥିତ ଚିନ୍ତାମଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କ କାର୍ (ଓଡ଼ି ୩୩ଏଲ୍ ୭୦୩୧)କୁ ଭଡ଼ାରେ ପଟିଆ ଷ୍ଟାଣ୍ଡରେ ଲଗାଇ ଚଳାଉଥିଲା। ତେବେ ଗତ କିଛି ଦିନ ପୂର୍ବେ ସୁଶାନ୍ତ କାର୍ ମାଲିକ ଚିନ୍ତାମଣିଙ୍କୁ ବ୍ରହ୍ମପୁର ଭଡ଼ା ଯିବା ନେଇ କହି ପର ଦିନ ସୂଚନା ଦେଇଥିଳା ତାଙ୍କ କାର୍କୁ କିିଛି ଦୁର୍ବୃତ ରାସ୍ତାରେ ଅଟକାଇ କାର୍ ଛଡ଼ାଇ ନେଇଛନ୍ତି। ହେଲେ ସେ କାର୍କୁ ହାଣ୍ଡିଆ ହାଡ଼ ବସ୍ତିରେ ଲୁଚାଇ ରଖିଥିଲା। କାର୍ ଚୋରି ହେବା ନେଇ ମାଲିକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଦେବାପରେ ଶୁସାନ୍ତ କାର୍କୁ ଜଣେ ବନ୍ଧୁ ସନ୍ତୋଷ ନାୟକ(୪୦)କୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରିକରିଦେଇଥିଲା। ଏଣେ ପୁଲିସ୍ ଚିନ୍ତାମଣିଙ୍କ ଅଭିଯୋଗକୁ ଭିତିକରି ରାଜଧାନୀର ବିଭିନ୍ନ ଛକରେ ଛାନବିନ୍ କରୁଥିବା ବେଳେ ଚୋରା କାର୍ଟିକୁ ଜବତ କରାଯାଇଥିଲା। ଯାହାନେଇ ପୁଲିସ୍ ଚୋରା କାର୍ ସମେତ କିଣିଥିବା ଯୁବକ ସନ୍ତୋଷକୁ ମଧ୍ୟ ଗିରଫକରିଛି। ଆଜି ପୁଲିସ୍ ଉଭୟ ସୁଶାନ୍ତ ଓ ସନ୍ତୋଷକୁ ଗିରଫକରି ତାଙ୍କଠାରୁ ୯୦ହଜାର ଟଙ୍କା ଓ କାର୍ ଜବତକରିଛି। ଏନେଇ ଉଭୟ ଅଭିଯୁକ୍ତଙ୍କୁ କାର୍ ଚୋରି ଅଭିଯୋଗରେ କୋର୍ଟ ଚାଲଣକରିଦିଆ ଯାଇଛି।
ମାଲିକଙ୍କ କାର୍ ଚୋରି କରି ଡ୍ରାଇଭର୍ ଓ ସହଯୋଗୀ ଗିରଫ
Advertisment
Follow Us