ନୂଆବର୍ଷକୁ ସ୍ବାଗତ କରିବା ପାଇଁ ‌ଜୋରସୋର ପ୍ରସ୍ତୁତି ଚାଲିଥିବା ବେଳେ ରାକ୍ଷସ ସାଜି ଲୋକଙ୍କୁ ଡରାଇବା ଯୁବକଙ୍କୁ ମହଙ୍ଗା ପଡ଼ିଲା

Advertisment
ନୂଆବର୍ଷକୁ ସ୍ବାଗତ କରିବା ପାଇଁ ‌ଜୋରସୋର ପ୍ରସ୍ତୁତି ଚାଲିଥିବା ବେଳେ ରାକ୍ଷସ ସାଜି ଲୋକଙ୍କୁ ଡରାଇବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ପାକିସ୍ତାନ: ପାକିସ୍ତାନର ପେଶାୱରରେ ଜଣେ ବ୍ୟକ୍ତି ଏପରି କିଛି କରିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଅନେକ ପ୍ରାଙ୍କ ଭିଡିଓ ଦେଖିଥିବେ, ଯେଉଁଥିରେ ଲୋକମାନେ ମାସ୍କ ପିନ୍ଧି ଲୋକଙ୍କୁ ଭୟଭୀତ କରୁଥିବା ଦେଖିବାକୁ ମିଳିଥାଏ। ଏମିତି ଏକ ଘଟଣା ପେଶାୱରରେ ଘଟିଛି। ଜଣେ ବ୍ୟକ୍ତି ପାକିସ୍ତାନରେ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଥିବା ବେଳେ ରାକ୍ଷାସ ମାସ୍କ ପିନ୍ଧି ଲୋକଙ୍କୁ ଡରାଉ ଥିଲେ। ତେବେ ଉକ୍ତ ବ୍ୟକ୍ତିଙ୍କୁ ଏହା କରିବା ମହଙ୍ଗା ପଡ଼ିଯାଇଛି। ଏହି ଘଟଣାରେ ପୁଲିସ ତାଙ୍କୁ ଗିରଫ କରି ନେଇଛି।

ସୋସିଆଲ ମଡିଆରେ ରାକ୍ଷସ ମାସ୍କ ପିନ୍ଧି ଛିଡା ହୋଇଥିବା ବ୍ୟକ୍ତିଙ୍କ ଫଟୋକୁ ଟୁଇଟର ବ୍ୟବହାରକାରୀ ଉମର କୁରେସୀ ସେୟାର କରିଛନ୍ତି। ଏହି ବ୍ୟକ୍ତିଙ୍କୁ ଜଣେ ବ୍ୟବହାରକାରୀ ଦେଖି କହିଛନ୍ତି, ଉକ୍ତ ବ୍ୟକ୍ତିଙ୍କୁ ଦେଖି ତାଙ୍କ ପାଖକୁ କେହି ଆସିବେ ନାହିଁ। କରୋନାରୁ ବଞ୍ଚିବା ପାଇଁ ଏହା ଏକ ଭଲ ଉପାୟ।

ଆଇଏଫଏସ୍ ଅଧିକାରୀ ପ୍ରବୀଣ କାସୱାନ୍ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, 'ଏହି ମାସ୍କ କୋଭିଡକୁ ସୁରକ୍ଷା ଦେଇପାରେ।

ଏହି ଫଟୋ ଜାନୁଆରି ୧ସକାଳେ ସେୟାର କରାଯାଇଥିଲା | ଏହାକୁ ଏଯାବତ ହଜାରରୁ ଅଧିକ ଲୋକ ଲାଇକ୍ସ କରିବା ସହିତ ୨୦୦ ରୁ ଅଧିକ ରି-ଟ୍ୱିଟ୍ କରାଯାଇଛି। ଲୋକମାନେ ବି ଏହି ଫଟୋକୁ ଦେଖି ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe