ପଳାସୁଣି ବୋମାମାଡ଼ ଘଟଣା: ହାଡ଼ିଆ ସହଯୋଗୀ ଗିରଫ

Advertisment
୧୦ କେଜି ଗଞ୍ଜେଇ ଜବତ, ୧ ଗିରଫ

ଭୁବନଶ୍ୱେର: ପଳାସୁଣି ବୋମାମାଡ଼ ଘଟଣାରେ ମଞ୍ଚେଶ୍ୱର ଥାନା ପୁଲିସ ହାଡ଼ିଆର ସହଯୋଗୀକୁ ଗିରଫ କରିଛି। ସେ ହେଲା ଜଟଣୀ କୁସମାଟି ଅଞ୍ଚଳର ଛବି ସାହୁ(୪୩)। ଜମିବାଡ଼ିକୁ କେନ୍ଦ୍ର କରି ଚିତ୍ତରଞ୍ଜନ ରାଉତରାୟଙ୍କ ସହ ହାଡ଼ିବନ୍ଧୁ ରାଉତରାୟ ଓରଫ ହାଡ଼ିଆ ମଧ୍ୟରେ ବିବାଦ ଲାଗିରହିଥିଲା। ତେବେ ଗତ ଫେବ୍ରୁଆରି ୨୮ ତାରିଖରେ ହାଡ଼ିଆ ଚିତ୍ତରଞ୍ଜନଙ୍କ ଘର ଉପରକୁ ବୋମା ମାଡ଼ କରିଥିଲା। ଗତ ୧୧ତାରିଖରେ ମଦ କାଉଣ୍ଟର୍‌ ନିକଟରେ ଯୁବକଙ୍କୁ ହତ୍ୟା ଘଟଣାରେ ଗିରଫ ହେବା ପରେ ହାଡ଼ିଆ ପୁଲିସ ଆଗରେ ଏକଥା ସ୍ୱୀକାର କରିଥିଲା। ସେ ଛବିଠାରୁ ବମ୍‌ ଆଣିଥିବା ମାନିଥିଲା। ଏହ ଜାଣିବା ପରେ ପୁଲିସର ଏକ ଟିମ ଜଟଣୀ ସ୍ଥିତ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଆଜି କୋର୍ଟ ତାକୁ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe