ପଞ୍ଚକୁଲା: ହରିୟାଣାର ପଞ୍ଚକୁଲାରେ ଜଣେ ମହିଳା କନଷ୍ଟେବଳଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି। ଚଣ୍ଡୀଗଡ଼ ପୁଲିସକୁ ପଞ୍ଚକୁଲା ଏମ ଡି ସି ଅଞ୍ଚଳରେ ଛିଡ଼ା ହୋଇଥିବା ଏକ କାର ଭିତରୁ ମହିଳା କନଷ୍ଟେବଳଙ୍କ ମୃତଦେହ ମିଳିଛି।
ପ୍ରକାଶିତ ରିପୋର୍ଟ ମୁତାବକ, କାର ଭିତରୁ ଯେଉଁ ମହିଳା କନଷ୍ଟେବଳଙ୍କ ମୃତଦେହ ମିଳିଛି ତାଙ୍କ ନାମ ସପ୍ନା ବୋଲି ଜଣାପଡ଼ିଛି। ଯିଏକି ଚଣ୍ଡିଗଡ଼ର ନୟା ଗ୍ରାମରେ ବସବାସ କରନ୍ତି।
ସ୍ବପ୍ନା ଗତ ମଙ୍ଗଳବାର ଡିୟୁଟି ପାଇଁ ଘରୁ ବାସହାରିଥିଲେ କିନ୍ତୁ ଡିୟୁଟିରେ ଯୋଗ ଦେଇ ନଥିଲେ। ପରିବାରଲୋକ ସ୍ବପ୍ନାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ କୌଣସି ପ୍ରକାର ଯୋଗାଯୋଗ ହୋଇ ପାରି ନଥିଲା। ତେଣୁ ପରିବାରଲୋକ ବାଧ୍ୟ ହୋଇ ଘଟଣା ବିଷୟରେ କନଷ୍ଟେବଳ ନିୟୋଜିତ ଥିବାା ପୁଲିସ ଷ୍ଟେସନରେ ଖବର ଦେଇଥିଲେ।
ସ୍ବପ୍ନାକୁ ଖୋଜାଖୋଜି କରୁଥିବା ବେଳେ ଚଣ୍ଡୀଗଡ଼ ପୁଲିସକୁ ପଞ୍ଚକୁଲା ଏମ ଡି ସି ଅଞ୍ଚଳରେ ଏକ ଗାଡ଼ି ଛିଡ଼ା ହୋଇଥିବାର ସୂଚନା ମିଳିଥିଲା। ପୁଲିସ ଏହି ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ଯାଇ ପହଞ୍ଚି ଯାଇଥିଲା। ଏହି ସମୟରେ କାର ଭିତରେ ଜଣେ ମହିଳା ଶୋଇଥିବାର ଦେଖିବାକୁ ପାଇଥିଲା। ସେ ତୁରନ୍ତ କାର ଝରକା ଭାଙ୍ଗି କାର ଭିତରୁ ମହିଳାଙ୍କୁ ଉଦ୍ଧାର କରିଥିଲା।
ଉଦ୍ଧାର ହୋଇଥିବା ମହିଳା ଜଣକଙ୍କ ମୃତ୍ୟୁ ହୋଇଯାଇଥିବା ଜାଣି ପୁଲିସ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ଦେଇଥିଲା। ପଞ୍ଚକୁଲା ପୁଲିସ ଓ ଫରେନ୍ସିକ ଟିମ ଘଟଣାର ଯାଞ୍ଚ କରୁଛନ୍ତି। ଯାଞ୍ଚ ସମୟରେ ପୁଲିସ ଜାଣିବାକୁ ପାଇଛି କି ମୃତ ମହିଳା ଜଣକ ହେଉଛନ୍ତି ଜଣେ କନଷ୍ଟେବଳ ନାମ ତାଙ୍କର ସ୍ବପ୍ନା।
 
ତେବେ ସ୍ବପ୍ନାଙ୍କ ମୃତ ଶରୀରକୁ କିଏ, କିପରି ଭାବେ ଏମିତ କାର ଭିତରେ ଛାଡ଼ି ଚାଲି ଯାଇଛି ତାହାର କଡ଼ାକଡ଼ି ତଦନ୍ତ ଆରମ୍ଭ କରି ଦେଇଛି ପଞ୍ଚକୁଲା ପୁଲିସ।
  
 Follow Us