ବାରମ୍ବାର ବାରଣ କରିବା ସତ୍ତ୍ବେ ପର ପୁରୁଷ ସହ ପ୍ରେମ ସଂପର୍କ ରଖୁଥିଲା ସ୍ତ୍ରୀ, ପ୍ରଥମ ବିବାହ ବାର୍ଷିକୀରେ ସ୍ବାମୀ ନେଲା ଏଭଳି ପଦକ୍ଷେପ

Advertisment
ବାରମ୍ବାର ବାରଣ କରିବା ସତ୍ତ୍ବେ ପର ପୁରୁଷ ସହ ପ୍ରେମ ସଂପର୍କ ରଖୁଥିଲା ସ୍ତ୍ରୀ, ପ୍ରଥମ ବିବାହ ବାର୍ଷିକୀରେ ସ୍ବାମୀ ନେଲା ଏଭଳି ପଦକ୍ଷେପ

News Nation

ଚଣ୍ଡିଗଡ଼: ହରିୟାଣାରେ ଜଣେ ୨୧ବର୍ଷୀୟ ଯୁବକ ନିଜ ବିବାହ ବାର୍ଷିକୀରେ ସ୍ତ୍ରୀକୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ପରଦିନ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲା। ଅଭିଯୁକ୍ତ ସ୍ବାମୀର ନାଁ ଫୈଜାନ ଓ ସେ ପଞ୍ଚକୁଲାର ସେକ୍ଟର-୧୬ରେ ଥିବା ରାଜୀବ କଲୋନୀରେ ରହୁଥିଲ। ଫୈଜାନ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିବାର ଅଧଘଣ୍ଟା ପରେ ତାଙ୍କ ପତ୍ନୀଙ୍କ ହତ୍ୟା ଖବର ସାମ୍ନାକୁ ଆସିଥିଲା। ଗୁରୁବାର ସକାଳ ୯ଟା ୩୦ମିନିଟରେ ଫୈଜାନଙ୍କ ଘରୁ ତାଙ୍କ ପତ୍ନୀଙ୍କ ମୃତଦେହ ମିଳିଥିଲା। ବେକରେ ଚାର୍ଜର ତାର ଗୁଡ଼ା ଯାଇଥିବା ବେ‌ଳେ ଫୈଜାନ ପ୍ରଥମେ ତାଙ୍କ ପତ୍ନୀଙ୍କ ଗଳା ଚିପି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା।

Panchkula: Man strangles wife to death, kills self timesnownews.com

ଫୈଜାନଙ୍କ ବାପା କହନ୍ତି, ‘ଗତ ବର୍ଷ ଜାନୁଆରି ୧୫ରେ ଫୈଜାନ ଓ ଶାବ-ଏ-ନୁରଙ୍କର ବିବାହ ହୋଇଥିଲା। ହେଲେ ବିବାହ ପରେ ଶାବ-ଏ-ନୁର ଅନ୍ୟ ପୁରୁୁଷମାନଙ୍କ ସହ ପ୍ରେମ ସଂପର୍କ ରଖୁଥିଲେ। ଏ ନେଇ ଦୁହିଁଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା । ବାରମ୍ବାର କହିବା ପରେ ମଧ୍ୟ ଶାବ-ଏ-ନୁର ଫୈଜାନଙ୍କ କଥା ମାନୁ ନଥିବା ସହ ପର ପୁରୁଷଙ୍କ ସହ ସଂପର୍କ ରଖୁଥିଲେ। ଘଟଣା ଦିନ ରାତି‌ରେ ଦୁହିଁଙ୍କ ସହ ମୁଁ କଥା ହୋଇଥିଲି। ସେ ସମୟରେ ମଧ୍ୟ ଦୁହେଁ ପରସ୍ପର ସହ ଝଗଡ଼ା କରିଥିବା କଥା ମୋତେ ଫୈଜାନ ଜଣାଇଥିଲା। ହେଲେ ମୁଁ ଫୋନ ରଖିବା ପରେ ସେ ଏଭଳି ପଦକ୍ଷେପ ନେବ ବୋଲି ମୋତେ ଜଣା ନଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe