ଏଭଳି ପିତା-ମାତା, ପିଲାକୁ ବିମାନ ବନ୍ଦରରେ ଛାଡ଼ି ଘରକୁ ଫେରୁଥିଲେ...ତା’ପରେ କ’ଣ ହେଲା ଜାଣନ୍ତୁ

Advertisment
ଏଭଳି ପିତା-ମାତା, ପିଲାକୁ ବିମାନ ବନ୍ଦରରେ ଛାଡ଼ି ଘରକୁ ଫେରୁଥିଲେ...ତା’ପରେ କ’ଣ ହେଲା ଜାଣନ୍ତୁ

ଦୁବାଇ: ବିମାନ ବନ୍ଦରରେ ଅନେକ ସମୟରେ ଯାତ୍ରୀମାନେ ସେମାନଙ୍କ ଜିନିଷ ପତ୍ର ଆଦିକୁ ଭୁଲି ଆସି ଥିବାର ଘଟଣା ଶୁଣିବାକୁ ମିଳିଛି। କିନ୍ତୁ କେବେ ଶୁଣିଛନ୍ତି କେହି ଦମ୍ପତି ତାଙ୍କର ପିଲାକୁ ନେବାକୁ ଭୁଲି ଯିବା ଘଟଣା। ଦୁବାଇର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏଭଳି ଘଟଣା ଦେଖିବାକୁ ମିଳିଛି।

publive-image

ଦୁବାଇ ପୁଲିସ ବିମାନ ବନ୍ଦରରେ ଏକ ଶିଶୁ କାନ୍ଦୁଥିବାର ଦେଖିବାକୁ ପାଇଥିଲା। ଶିଶୁଟି ବୟସ ତିନିବର୍ଷ ପାଖାପାଖି ହେବ। ଶିଶୁଟି ନିଜ ପିତା ଓ ମାତାଙ୍କ ନାମ କିମ୍ବା ଠିକଣା ସମ୍ପର୍କରେ କିଛି କହି ପାରୁ ନଥିଲା। ତାର ପିତା ଓ ମାତା ଶିଶୁଟିକୁ ଭୁଲରେ ବିମାନ ବନ୍ଦରରେ ଛାଡ଼ି ଯାଇଥିବା ପୁଲିସ ସନ୍ଦେହ କରିଥିଲା। ଏହାପରେ ବିମାନ ବନ୍ଦରରେ ଥିବା ସିସିଟିଭି ଫୁଟେଜକୁ ପୁଲିସ ଯାଞ୍ଚ କରିଥିଲା। ଏହାପରେ ଶିଶୁଟିର ପିତା ଓ ମାତାଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ତାଙ୍କୁ ଯୋଗାଯୋଗ କରାଯାଇଥିଲା।

publive-image

ବିମାନ ବନ୍ଦର ସୁରକ୍ଷା ବିଭାଗର ନିର୍ଦ୍ଦେଶକ ବ୍ରିଗେଡିୟର ଅଲି ଅତିକ ବିନ୍‌ ଲହେଜଙ୍କ କହିବାନୁସାରେ, ଶିଶୁଟିର ପିତାଙ୍କୁ ଘଟଣା ସମ୍ପର୍କରେ ଜଣାଇବାକୁ ଫୋନ୍‌ କରିବା ବେଳକୁ ସେ ଘରେ ପହଁଞ୍ଚିବା ପହଁଞ୍ଚିବା ହେଉଥିଲେ। ସେ ବିମାନ ବନ୍ଦରରୁ ଦେଢ଼ଘଣ୍ଟା ହେବ ବାହାରି ସାରିଥିଲେ ବି ଶିଶୁ ବିମାନ ବନ୍ଦରରେ ରହି ଯାଇଛି ସେ ସମ୍ପର୍କରେ ତାଙ୍କୁ ଜଣା ନଥିଲା। କାରଣ ତାଙ୍କର ପୂରା ପରିବାର ବିମାନ ବନ୍ଦରକୁ ଦୁଇଟି ଗାଡ଼ିରେ ଯାଉଥିଲେ। ମା’ ଭାବିଥିଲେ ଶିଶୁ ବାପା ପାଖରେ ଅଛି, ବାପା ଭାବିଥିଲେ ଶିଶୁ ତା’ର ମା’ ପାଖରେ ରହିଛି। ସୂଚନା ମିଳିବାର ତିନିଘଣ୍ଟା ପରେ ଶିଶୁକୁ ବିମାନ ବନ୍ଦରରୁ ନେବାକୁ ପହଞ୍ଚିଥିଲେ ପରିବାରବର୍ଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe