ଝିଅର ଚରିତ୍ରକୁ ସନ୍ଦେହ କରି ବିଷ ଦେଇ ମାରିଦେଲେ ବାପା-ମା’

Advertisment
ଗରିବ ପାଣ୍ଡେ ହତ୍ୟା ଘଟଣାର ଖୁଲାସା: ପୂର୍ବ ଶତ୍ରୁତାରୁ ହତ୍ୟା, ୩ ଗିରଫ

ନୂଆଦିଲ୍ଲୀ: ସୋନିପତର ଗାନ୍ନାଉର ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି। ୧୬ ବର୍ଷର ନାବାଳିକାକୁ ତାର ବାପା-ମା’ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ଉକ୍ତ ଦମ୍ପତ୍ତିଙ୍କୁ ଗିରଫ କରାଯାଇଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତ ଦମ୍ପତ୍ତି ତାଙ୍କ ଝିଅକୁ ହତ୍ୟା କରିବା ପରେ ପୋଡି ଦେଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ବୁଧବାର ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ବାପା-ମା’ ଝିଅକୁ ବିଷ ଦେଇ ହତ୍ୟା କରିଥିଲେ। ଗତ ଗୁରୁବାର ଅପରାହ୍ନରେ ଜଣେ ପୁଲିସ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଗାନ୍ନାଉର ପୁଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସର ସୁନୀଲ କୁମାର କହିଛନ୍ତି ଯେ ହତ୍ୟା ପରେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ସକାଳ ପ୍ରାୟ ୫ ଟା ସମୟରେ ଗାଁରେ ଶବକୁ ଦାହ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ପୁଲିସ ଏହାକୁ ଏକ ଯୋଜନାବଦ୍ଧ ହତ୍ୟା ମାମଲା ସନ୍ଦେହ କରୁଛି। ପଚରାଉଚରା ବେଳେ ହତ୍ୟାକାରୀ ମା’-ବାପା କହିଛନ୍ତି ଯେ  ଝିଅର ଚରିତ୍ରକୁ ସନ୍ଦେହ କରି ସେମାନେ ଏଭଳି କାଣ୍ଡ ଘଟାଇଥିଲେ।

ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ଆଇପିସି ଧାରା ୩୦୨ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଶୁକ୍ରବାର ଦିନ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ଗୋଟିଏ ଦିନ ପାଇଁ ପୁଲିସ ହେପାଜତକୁ ପଠାଯାଇଥିଲା ବୋଲି ଆଇଇ ରିପୋର୍ଟରେ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe