ବିମାନବନ୍ଦରରେ ସାପ, ଯାତ୍ରୀଙ୍କ ପ୍ୟାଣ୍ଟ୍‌ ଭିତରୁ ହେଲା ଜବତ!

Advertisment
ବିମାନବନ୍ଦରରେ ସାପ, ଯାତ୍ରୀଙ୍କ ପ୍ୟାଣ୍ଟ୍‌ ଭିତରୁ ହେଲା ଜବତ!

ବର୍ଲିନ: ଗତକାଲି ବିମାନ ଭିତରେ ପକ୍ଷୀ ଥିବା ଖବରଟି ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଆଜି ଜଣେ ଯାତ୍ରୀ ବିମାନ ଭିତରେ ସାପ ନେଇ ଯିବାର ଉଦ୍ୟମ କରୁଥିବା ସୂଚନା ରହିଛି। ଜର୍ମାନରୁ ଯଣେ ଯାତ୍ରୀ ବିମାନ ମଧ୍ୟରେ ଏକ ବିଷଧର ସାପକୁ ଇସ୍ରାଏଲ୍‌ ନେବା ଯୋଜନାରେ ଥିବା ବେଳେ ଧରାପଡ଼ିଛନ୍ତି। ୪୩ ବର୍ଷିଅ ବ୍ୟକ୍ତି ଜଣକ ଧରାପଡ଼ିଯିବା ଭୟରେ ସାପକୁ କୌଣସି ବ୍ୟାଗ୍‌ କିମ୍ବା ସୁଟ୍‌କେସ୍‌ରେ ନେବା ପରିବର୍ତ୍ତେ ନିଜେ ପିନ୍ଧିଥିବା ପ୍ୟାଣ୍ଟ୍‌ ଭିତରେ ପୂରାଇ ନେଉଥିଲେ। ସେ ସାପଟିକୁ ଏକ କପଡ଼ା ବ୍ୟାଗ୍‌ରେ ଗୁଡ଼ାଇ ତାଙ୍କ ପାଣ୍ଟ୍‌ରେ ରଖି ଯାତ୍ରା କରିବାକୁ ବାହାରିଥିଲେ।

publive-image

ତାଙ୍କ ପ୍ୟାଣ୍ଟ୍‌ଟି ଉପରକୁ ଉଠି ରହଇଥିବା ହେତୁ ବିମାନବନ୍ଦରରେ ଥିବା ସିକ୍ୟୁରିଟିକୁ ସନ୍ଦେହ ହୋଇଥିଲା। ସେ ଖୋଳତାଢ଼ କରିବାରୁ ବ୍ୟକ୍ତିଙ୍କ ନିକଟରୁ ଏକ ଜୀବନ୍ତ ସାପ ମିଳିଥିଲା। ବ୍ୟକ୍ତି ଜଣକ ୪୦ ସେମି ଲମ୍ବର ସାପଟିକୁ ଜର୍ମାନରୁ ଇସ୍ରାଏଲ ଚାଲାଣ କରୁଥିଲେ। ଯାତ୍ରୀଙ୍କ ନିକଟରୁ ସାପ ମିଳିବା ପରେ ସାପଟିକୁ ଜବତ କରାଯାଇଛି। ତା’ପରେ ସାପଟିକୁ ବ୍ରାଣ୍ଡେନ୍‌ବର୍ଗର ଉଦ୍ଧାର କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe