ହସ୍‌ପିଟାଲ୍‌ର ଅବହେଳା ଚିତ୍ର: ଚିକିତ୍ସାଧୀନ ଅବସ୍ଥାରେ ବେଡ୍‌ରୁ ପଡ଼ି ଛଟପଟ ହୋଇ ଉଡ଼ିଗଲା କରୋନା ରୋଗୀଙ୍କ ପ୍ରାଣବାୟୁ

Advertisment
ହସ୍‌ପିଟାଲ୍‌ର ଅବହେଳା ଚିତ୍ର: ଚିକିତ୍ସାଧୀନ ଅବସ୍ଥାରେ ବେଡ୍‌ରୁ ପଡ଼ି ଛଟପଟ ହୋଇ ଉଡ଼ିଗଲା କରୋନା ରୋଗୀଙ୍କ ପ୍ରାଣବାୟୁ

ହାଇଦ୍ରାବାଦ: ତେଲେଙ୍ଗାନାର କରିମ୍ ନଗରରେ କରୋନା ରୋଗୀଙ୍କ ସହ ହସ୍‌ପିଟାଲ୍‌ରେ ଅବହେଳା କରାଯାଇଥିବାର ଏକ ବଡ଼ ଘଟଣା ସାମନାକୁ ଆସିଛି।

ସୂଚନାଯୋଗ୍ୟ, କେ ଭେଙ୍କଟୟାପଲ୍ଲୀରେ ବସବାସ କରୁଥିବା ଗଙ୍ଗାଧର ମଣ୍ଡଲ କିଛିଦିନ ତଳେ କରୋନାରେ ସଂକ୍ରମିତ ହୋଇ ଜୁଲାଇ ୨୨ତାରିଖରେ କରିମନଗରର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ମଣ୍ଡଲଙ୍କୁ ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଥିଲା। ସେଥିପାଇଁ ତାଙ୍କୁ ଅକ୍ସିଜେନ୍‌ ଦିଆଯାଉଥିଲା। ରବିବାର ରୋଗୀଜଣକ ବେଡରୁ ପଡ଼ି ଯାଇଥିଲେ ଏବଂ ଅକ୍ସିଜେନ୍‌ ଯୋଗାଣ ବନ୍ଦ ହୋଇଯାଇଥିଲା। ଏହି ସମୟରେ ତାଙ୍କ ପାଖରେ କେହି ନ ଥିଲେ। ଚଟାଣରେ ପଡି ଛଟପଟ ହୋଇ ମଣ୍ଡଲଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

publive-image

ୱାର୍ଡରେ ଭର୍ତ୍ତି ହୋଇଥିବା ଅନ୍ୟ ରୋଗୀ ଅଭିଯୋଗ କରି କହିଛନ୍ତି, ୭୦ବର୍ଷର ଗଙ୍ଗାଧର ମଣ୍ଡଲ ବେଡରୁ ଖସିବା ଖବର ତୁରନ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା, କିନ୍ତୁ ସେମାନେ କୌଣସି ଜରୁରୀ ପଦକ୍ଷେପ ନେଇ ନ ଥିଲେ। ତାଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ମଣ୍ଡଳ ତଳେ ପଡ଼ି ଛଟପଟ ହୋଇଥିଲେ। ଶେଷରେ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe