ମହିଳା ସହକର୍ମୀଙ୍କ ଅଶ୍ଳୀଳ ଭିଡିଓ ପର୍ଣ୍ଣ ସାଇଟ୍‌ରେ ଅପ୍‌ଲୋଡ କରି ଦେଲେ କନ୍‌ଷ୍ଟେବଲ୍‌; ଧରାପଡ଼ି ଜେଲ୍‌ ଗଲେ

Advertisment
ମହିଳା ସହକର୍ମୀଙ୍କ ଅଶ୍ଳୀଳ ଭିଡିଓ ପର୍ଣ୍ଣ ସାଇଟ୍‌ରେ ଅପ୍‌ଲୋଡ କରି ଦେଲେ କନ୍‌ଷ୍ଟେବଲ୍‌; ଧରାପଡ଼ି ଜେଲ୍‌ ଗଲେ

ପାଟ୍‌ନା: ପର୍ଣ୍ଣ ସାଇଟ୍‌ରେ ଜଣେ ମହିଳା ପୁଲିସ୍‌ଙ୍କର ଏକ ଭିଡିଓ ଅପ୍‌ଲୋଡ କରିଥିବା ଅଭିଯୋଗରେ ପାଟ୍‌ନାର ଜଣେ କନ୍‌ଷ୍ଟେବଲ୍‌ଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ କନ୍‌ଷ୍ଟେବଲ୍‌ ଜଣକ ହେଉଛନ୍ତି ମିଥିଲେଶ କୁମାର ଝା। ମିଥିଲେଶ ଜନୈକା ମହିଳା ପୁଲିସ୍‌ଙ୍କ ଭିଡିଓକୁ ପର୍ଣ୍ଣ ସାଇଟ୍‌ରେ ଅପ୍‌ଲୋଡ କରିଛନ୍ତି ବୋଲି ଜଣାପଡ଼ିବା ପରେ ତାଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ କରାଯାଇ ତାଙ୍କୁ ଏବେ ପୁଲିସ୍‌ ହେପାଜତ୍‌ରେ ରଖାଯାଇଥିବା ସୂଚନା ରହିଛି।

ଏହି ଘଟଣାର ଏବେ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତରୁ ଅଧିକ ସୂଚନା ମିଳିବା ପରେ ମିଥିଲେଶଙ୍କ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ ମାନୁ ମହାରାଜ ପ୍ରକାଶ କରିଛନ୍ତି।

ମାନୁ ମହାରାଙ୍କ କହିବା ମୁତାବକ, ‘ମହିଳାଙ୍କ କନ୍‌ଷ୍ଟେବଲ୍‌ଙ୍କ ନିକଟରୁ ଆମକୁ ଏକ ଅଭିଯୋଗ ମିଳିଲା ଯେ ମିଥିଲେଶ ତାଙ୍କର ଏକ ଅଶାଳୀନ ଏମ୍‌ଏମ୍‌ଏସ୍‌କୁ ପର୍ଣ୍ଣ ସାଇଟ୍‌ରେ ଅପ୍‌ଲୋଡ୍‌ କରିଛନ୍ତି। ତ’ପରେ ମିଥିଲେଶଙ୍କ ବିରୋଧରେ ବୁଧ କଲୋନି ପୁଲିସ୍‌ ଷ୍ଟେସନ୍‌ରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe