ଉପମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ୨.୧୦ ଲକ୍ଷ ଠକିଲେ, ୨ ଯୁବକଙ୍କୁ ବାନ୍ଧିଲା ପୁଲିସ

Advertisment

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୁଣି ଚର୍ଚ୍ଚାକୁ ଆସିଛି। ଏଥର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାମ ନେଇ ଠକମାନେ ଲକ୍ଷାଧିକ ଟଙ୍କା ଲୋକଙ୍କୁ ଚୁନା ଲଗାଇଛନ୍ତି। ତେବେ ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୁଣି ଚର୍ଚ୍ଚାକୁ ଆସିଛି। ଏଥର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାମ ନେଇ ଠକମାନେ ଲକ୍ଷାଧିକ ଟଙ୍କା ଲୋକଙ୍କୁ ଚୁନା ଲଗାଇଛନ୍ତି। ତେବେ ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି।

34e6c946-5631-4087-bc4f-2a0606d9469a

ପାଟଣାଗଡ଼: ଚୋର, ଠକ ଓ ଅସାଧୁ ଉପରେ ଟଙ୍କା ରୋଜଗାର କରୁଥିବା ଲୋକମାନଙ୍କର ମୁହଁ ଟାଣ। ଏଭଳି ପ୍ରକାରର ଲୋକେ ନିଜର ସ୍ବାର୍ଥ ହାସଲ କରିବା ପାଇଁ ଯେକୌଣସି ସ୍ତରକୁ ଖସିଯାଇପାରନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ ଅଭିଯୋଗ ଆସିଚି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ନାଁ ନେଇ ଚାକିରି କରାଇ ଦେବା କହି ଏହି ଠକେଇ ହୋଇଥିବା ଅଭିଯୋଗ। ଏହି ଘଟଣାରେ ୨ ଜଣ ଯୁବକଙ୍କୁ ପାଟଣାଗଡ଼ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୁଦ୍ଧଦେବ ସାହୁ ଓ ସୁଶୀଲ ରାଓ।  

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାମ ନେଇ ଚାକିରି କରାଇଦେବା ଆଳରେ ଲୋକଙ୍କ ଠାରୁ ଅସାଧୁ ଉପରେ ଟଙ୍କା ନେବା ମହଙ୍ଗା ପଡ଼ିଛି। ପାଟଣାଗଡ଼ ପୁଲିସ ଏହି ମାମଲାରେ ୨ ଜଣ ଯୁବକଙ୍କୁ ଗିରଫ କରିଛି। 

ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ଼ ପୁଲିସ ମଙ୍ଗଳବାର ସନ୍ଧ୍ୟାରେ କହିଛି ବିଳାଇସାଥି ଗାଁର ବୁଦ୍ଧଦେବ ସାହୁ ଏବଂ ସାଲେପାଲି ଗାଁର ସୁଶୀଲ ରାଓ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ଚାକିରି କରାଇ ଦେବେ କହି ସେମାନଙ୍କଠୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ‌ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ତଦନ୍ତ ପରେ ପୁଲିସ ଜାଣିବାକୁ ପାଇଥିଲା ଯେ, ଅଭିଯୁକ୍ତ ଦ୍ବୟ ଚାକିରି କରାଇଦେବା ନାମରେ ଅନେକ ଲୋକଙ୍କ ଠାରୁ ୨ ଲକ୍ଷ ୧୦ ହଜାର ଟଙ୍କା ନେଇଥିଲେ। ତପୁଲିସ ଜାଣିବାକୁ ପାଇଛି ଯେ, ଗିରଫ ଦୁଇ ଜଣ ପୂର୍ବରୁ ମଧ୍ୟ ବିଭିନ୍ନ ନେତାଙ୍କ ନାଁ ନେଇ ଲୋକଙ୍କ ଠାରୁ ଅନେକ ଟଙ୍କା ଠକି ନେଇଥିବା ସୂଚନା ମିଳିଛି। ହେଲେ ଏଥର ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ କରିବା ସେମାନଙ୍କୁ ମହଙ୍ଗା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe