ଲକ୍‌ଡାଉନ୍‌ ବେଳେ ପାଟ୍ରୋଲିଂ ଢିଲା, ଥାନା ଆଗରୁ ଦୋକାନ ତାଲା ଭାଙ୍ଗି ଚୋରି

Advertisment
ଲକ୍‌ଡାଉନ୍‌ ବେଳେ ପାଟ୍ରୋଲିଂ ଢିଲା, ଥାନା ଆଗରୁ ଦୋକାନ ତାଲା ଭାଙ୍ଗି ଚୋରି

www.jagran.com

ଚନ୍ଦ୍ରଶେଖରପୁର: କରୋନା ଲକ୍‌ଡାଉନ୍‌ ଜାରି ରହିଛି। ବିନା କାରଣରେ ବାହାରକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ, ପୁଲିସ ମାଡ଼ର ବି ଭୟ। କିନ୍ତୁ ଏପରି ସମୟ‌ରେ ସୁଯୋଗ ଉଣ୍ଡି ଉଣ୍ଡି ଦୁର୍ବୃତ୍ତମାନେ ଚୋରି କରୁଛନ୍ତି। ଗତ ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଓ ଇନ୍‌‌‌ଫୋସିଟି ଥାନା ଅଞ୍ଚଳରେ ଥିବା ୩ଟି ଦୋକାନରୁ ଚୋରି କରିଛନ୍ତି। ଚନ୍ଦ୍ରଶେଖରପୁର ଥାନା ସାମ୍ନା ଓମଫେଡ୍‌ ଷ୍ଟଲ୍‌ର ତାଲା ଭାଙ୍ଗି ୫ ହଜାରରୁ ଊର୍ଧ୍ବ ଟଙ୍କା ଓ କିଛି ସାମଗ୍ରୀ ଚୋରି ହୋଇଥିବା ବ୍ୟବସାୟୀ ବିଜୟ ଦାସ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ଗତକାଲି ସଂଧ୍ୟାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଆଜି ସକାଳୁ ଆସି ଦେଖିବା ବେଳକୁ ତାଙ୍କ ଦୋକାନ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଅନ୍ୟପକ୍ଷରେ ଇନ୍‌ଫୋସିଟି ଛକରେ ଥିବା ଦୁଇଟି ଦୋକାନରୁ ମଧ୍ୟ ଅନୁରୂପ ଢଙ୍ଗରେ ଲୁଟ୍‌ ହୋଇଛି। ପାଟ୍ରୋଲିଂ କଡ଼ାକଡ଼ି ହେଉନଥିବାରୁ ଚୋରି ହୋଇଛି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ପୁଲିସ୍ କହିଛି, ପ‌ାଟ୍ରୋଲିଂ ଦିନ ରାତି ସବୁବେଳେ ହେଉଛି। ମାତ୍ର ପୁଲିସ୍ ପାଟ୍ରୋଲିଂ ଗାଡ଼ି ବଜାରରୁ ଚାଲିଯିବା ପରେ କିଛି ଅସାମାଜିକ ଚୋରି କରିବା ଆରମ୍ଭ କଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe