ରେସ୍ତୋରାଁର ଶୌଚାଳୟରେ ମହିଳାଙ୍କ ଭିଡିଓ ଚିତ୍ର ଉଠାଉଥିବା ବେଳେ ଗିରଫ ହେଲେ ଯୁବକ

ଡାକ୍ତରଙ୍କ ଟଙ୍କା ମଗା ଭିଡିଓ ଭାଇରାଲ: ସାମ୍ବାଦିକଙ୍କୁ ଫୋନରେ ଧମକ ଦେଲେ 

Times Now

ମୁମ୍ବାଇ: ଏକ ରେସ୍ତୋରାଁର ଶୌଚାଳୟକୁ ଜନୈକା ମହିଳା ପରିସ୍ରା କରିବା ପାଇଁ ଯାଇଥିବା ବେଳେ ତାଙ୍କର ଭିଡିଓ ଚିତ୍ର ଉତ୍ତୋଳନ ପାଇଁ ଉଦ୍ୟମ କରୁଥିବା ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତିକୁ ଗିରଫ କରିଛି ମୁମ୍ବାଇ ପୁଲିସ୍‌। ଏହି ଲଜ୍ଜାଜନକ ଘଟଣା ଘଟିଛି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ (ସିଏସଏମଟି) ଷ୍ଟେସନ ପରିସରରେ ଥିବା ଏକ ରେସ୍ତୋରାଁରେ।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ରେସ୍ତୋରାଁର ୱାଶରୁମକୁ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ୩୦ ସମୟରେ ପରିସ୍ରା କରିବା ପାଇଁ ଜନୈକା ୩୦ ବର୍ଷ ବୟସ୍କା ମହିଳା ଯାଇଥିଲେ। ଏହି ସମୟରେ ଶୌଚାଳୟ ବାହାରେ ବୁଲୁଥିବା ଜଣେ ବ୍ୟକ୍ତି ନିଜର ମୋବାଇଲ ଫୋନ୍‌ର ଭିଡିଓ ରେକର୍ଡିଂ ମୋଡ୍‌ ଅନ୍‌ କରି ଓ୍ଵାଶରୁମ୍‌ର କବାଟ ତଳବାଟେ ମହିଳା ଜଣଙ୍କର ଭିଡିଓ ଚିତ୍ର ଉତ୍ତୋଳନ କରିବା ପାଇଁ ଚେଷ୍ଟା କରୁଥିଲା। ତେବେ, ମହିଳା ଜଣଙ୍କର ଆଖିରେ ଏହି ଘଟଣା ପଡ଼ିଯିବା ପରେ ସେ ତୁରନ୍ତ ସାହାଯ୍ୟ ପାଇଁ ଶୌଚାଳୟ ମଧ୍ୟରେ ଥିବା ଆଲାର୍ମ ଘଣ୍ଟିଟିକୁ ବଜାଇ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଅଭିଯୁକ୍ତ ଜଣକ ସେଠାରୁ ଫେରାର ହୋଇ ଯାଇଥିଲା।

ହେଲେ, ଏହି ଘଟଣା ସଂପର୍କରେ ଖବର ପାଇବା ପରେ ମୁମ୍ବାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳର ଏକ ସିସିଟିଭି କ୍ୟାମେରାର ଫୁଟେଜ୍‌ ସାହାଯ୍ୟରେ ସଂପୃକ୍ତ ଅଭିଯୁକ୍ତ ଅପରାଧୀକୁ ଚିହ୍ନଟ କରିବା ସହ ତାକୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଉଛି ୩୮ ବର୍ଷ ବୟସ୍କ ଧରାବୀ ଅଞ୍ଚଳର ବାସିନ୍ଦା ସମୀର ହମିଦ ଶେଖ୍‌। ଗିରଫ ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୫୪ (ସି) ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe