ବସ୍ତିରେ ଯୁବକଙ୍କ ଗୁଣ୍ଡାଗିରି, ନିସ୍ତୁକ ପିଟି ପୁଲିସ ଜିମା ଦେଲେ

Advertisment
ବସ୍ତିରେ ଯୁବକଙ୍କ ଗୁଣ୍ଡାଗିରି, ନିସ୍ତୁକ ପିଟି ପୁଲିସ ଜିମା ଦେଲେ

Times of India

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ମଙ୍ଗଳା ବସ୍ତିରେ ପଶି ଗଣ୍ଡଗୋଳ କରିବା କିଛି ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ବସ୍ତିବାସିନ୍ଦା ଜଣେ ଯୁବକକୁ କାବୁ କରି ନିସ୍ତୁକ ପିଟିବା ସହ ପୁଲିସ ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ କିଛି ଯୁବକ ଉକ୍ତ ବସ୍ତିରେ ପଶି ଘର ଛାଡ଼ିବାକୁ ପ୍ରଭାତ ସେଠୀ ନାମକ ବ୍ୟକ୍ତିଙ୍କୁ ଧମକଚମକ ଦେଇଥିଲେ। ଜଣେ ମହିଳା ଏହାର ବିରୋଧ କରିବାରୁ ତାଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବସ୍ତିବାସିନ୍ଦା ଯୁବକମାନଙ୍କୁ ଅଟକ ରଖିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ଜଣ କୌଶଳକ୍ରମେ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ। ଅନ୍ୟଜଣେ ଯୁବକ ଶୁଭମ କୁମାର ସ୍ବାଇଁକୁ ନିସ୍ତୁକ ମାଡ଼ ମାରି ପୁଲିସକୁ ଖବର ଦେଇଥିଲେ। ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଏନେଇ ପ୍ରଭାତ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe