ଇ-ରିକ୍ସା ଛାତ ଉପରେ ବସି ଯାଉଥିବା ବେଳେ ପୁଲିସକୁ ଦେଖି ଯାତ୍ରୀଙ୍କ ହେଲା ଏଭଳି ଅବସ୍ଥା

Advertisment
ଇ-ରିକ୍ସା ଛାତ ଉପରେ ବସି ଯାଉଥିବା ବେଳେ ପୁଲିସକୁ ଦେଖି ଯାତ୍ରୀଙ୍କ ହେଲା ଏଭଳି ଅବସ୍ଥା

ନୂଆଦିଲ୍ଲୀ: ଆମ ଦେଶରେ ଲୋକମାନେ ଟେମ୍ପୋ, ବସ୍, ଟ୍ରେନ୍ ଏବଂ ଅନ୍ୟାନ୍ୟ ଯାନର ଛାତ ଉପରେ ବସି ଯାତ୍ରା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ। କିନ୍ତୁ ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଇ -ରିକ୍ସା ଛାତ ଉପରେ ବସି ଲୋକଙ୍କୁ ଯାତ୍ରା କରୁଥିବା ଦେଖିଛନ୍ତି କି?

ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଜଣେ ଇ- ରିକ୍ସା ଉପରେ କିପରି ବସିପାରିବେ। କାରଣ ଏହା ଅତ୍ୟନ୍ତ ହାଲୁକା ହୋଇଥାଏ। ତେଣୁ ଅଧିକ ଲୋକଙ୍କ ବସିବା ଫଳରେ ଇ -ରିକ୍ସା ଓଲଟି ପଡିବାର ସମ୍ଭାବନା ରହିଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆପଣ କିଛି ଲୋକଙ୍କୁ ଇ-ରିକ୍ସା ଛାତ ଉପରେ ବସି ଯାତ୍ରା କରୁଥିବା ଦେଖିବାକୁ ପାଇପାରିବେ।

ଭିଡିଓରେ ଦେଖିବାକୁ ମିଳୁଛି ଇ-ରିକ୍ସାରେ ବସି ଯାତ୍ରା କରୁଥିବା ବେଳେ ଲୋକମାନେ ହଠାତ ପୁଲିସ କର୍ମଚାରୀଙ୍କୁ ଦେଖିଥିଲେ। ଏହାପରେ ଭୟଭୀତ ହୋଇ ଜଣକ ପରେ ଜଣେ ଇ-ରିକ୍ସା ଛାତରୁ ତଳକୁ ଡେଇଁ ପଡ଼ିଥିଲେ। ପୁଲିସ କର୍ମଚାରୀ ବାଡ଼ି ଧରି ଉକ୍ତ ଯାତ୍ରୀଙ୍କ ପଛରେ ଧାଇଁଥିଲେ।

ଏହି ଭିଡିଓ ଟ୍ୱିଟରରେ ଆଇପିଏସ୍ ଅଧିକାରୀ ଦିପାନସୁ କାବ୍ରାଙ୍କ ଦ୍ୱାରା ସେୟାର କରାଯାଇଛି।  ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ହଜାରରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି ଏବଂ ଲୋକମାନେ ମଧ୍ୟ ଭିଡିଓ ଉପରେ ବିଭନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି | ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି - ଏହିପରି ଲୋକମାନେ କଦାପି ବଦଳି ପାରନ୍ତି ନାହିଁ | ଅନ୍ୟ ଜଣେ ଲେଖିଛନ୍ତି - କେବଳ ପୁଲିସ ସେମାନଙ୍କୁ ବଦଳାଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe