ମାନସିକ-ବିକାରଗସ୍ତ ମହିଳାଙ୍କ ସହ ଦୁଷ୍କର୍ମ କରି ଖସି ଯାଉଥିବା ବ୍ୟକ୍ତିଙ୍କୁ ମାଡ଼ି ବସିଲା ପୋଷା କୁକୁର

Advertisment
କୁକୁର କାମୁଡ଼ାରେ ୨୦ ଆହତ

Image Courtesy of Zee News

କୋଇମ୍ବାଟୁର୍‌: ଶନିବାର ରାତିରେ ତାମିଲନାଡୁର ସେଲବାପୁରମ୍‌ ଅଞ୍ଚଳର ଗୋଟାଏ ଘରେ ଜଣେ ମାନସିକ-ବିକାରଗସ୍ତ ମହିଳାଙ୍କ ସହ ଦୁଷ୍କର୍ମ କରି ଖସି ପଳାଉଥିବା ବ୍ୟକ୍ତିଜଣଙ୍କୁ ସେ ପରିବାରର ପୋଷା କୁକୁର ଅଟକାଇବା ସହ ଜାବୁଡ଼ି ଧରିଥିବାର ଖବର ମିଳିଛି।

ଉକ୍ତ ମହିଳାଙ୍କ ପରିବାର ଲୋକେ ପୁଲିସ ଡକାଇ ଦୁଷ୍କର୍ମକାରୀଙ୍କୁ ଗିରଫ କରାଇଛନ୍ତି। ଅଭିଯୁକ୍ତଜଣକ ହେଉଛନ୍ତି ବଣିଆ କାମ କରୁଥିବା ୨୯ ବର୍ଷିୟ ଏସ୍‌ ଦିଲୀପକୁମାର।

ପ୍ରାପ୍ତ ସୂଚନା ଅନୁସାରେ, ପରିବାର ଅନ୍ୟାନ୍ୟ ସଦସ୍ୟ ରହୁଥିବା ଘରର ପରିସୀମା ମଧ୍ୟରେ ଥିବା ଏକ ପୃଥକ୍‌ ଘରେ ୩୦ ବର୍ଷୀୟ ସେ ଦୁଷ୍କର୍ମପୀଡ଼ିତା ବାସ କରୁଥିଲେ। ଧରା ନ ପଡ଼ିବା ଲାଗି ସେଦିନ ରାତିରେ ଅଭିଯୁକ୍ତ ଏସ୍‌ ଦିଲୀପକୁମାର ତାଙ୍କ ଗାଡ଼ିଟିକୁ ଯଥେଷ୍ଟ ଦୂରରେ ରଖି ଉକ୍ତ ମାନସିକ-ବିକାରଗ୍ରସ୍ତ ମହିଳାଙ୍କ ଘରକୁ ଯାଇଥିଲେ।

publive-image Image Courtesy of Petsworld

ତାଙ୍କ (ପୀଡ଼ିତା) ସହ ଦୁଷ୍କର୍ମ କରି ଘରୁ ଖସି ପଳାଉଥିବା ବେଳେ ପୋଷା କୁକୁରଟି ଅଭିଯୁକ୍ତଙ୍କୁ ଦେଖି ଝପଟି ଯାଇ ତାଙ୍କ ପ୍ୟାଣ୍ଟ୍‌କୁ ଏମିତି କାମୁଡ଼ି ଧରିଲା ଯେ, ସେ ସେ ଜାଗାରୁ ହଲି ପାରିଲେ ନାହିଁ।

ପାଟିତୁଣ୍ଡ ଶୁଣି ଅନ୍ୟ ଘରେ ରହୁଥିବା ଲୋକେ ଉଠି ପଡ଼ିଲେ ଏବଂ ପୀଡ଼ିତା ରହୁଥିବା କୋଠରିରେ ଆଲୁଅ ଜଳୁ ନ ଥିବା ଦେଖି ଅଧିକ ଜାଗ୍ରତ ହୋଇଗଲେ। ପୀଡ଼ିତାଙ୍କ ଘରକୁ ଯାଇ ଘଟଣା ସମ୍ବନ୍ଧରେ ଜାଣିବା ପରେ ସେମାନେ ଏସ୍‌ ଦିଲୀପକୁମାରଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ।

ତଲାସ କରିବା ପରେ ପୁଲିସ ଏସ୍‌ ଦିଲୀପକୁମାରଙ୍କ ଠାରୁ ଅଶ୍ଳୀଳ ଭିଡିଓ ପାଇଥିଲେ। ସେଥିରେ ସେ ମାନସିକ-ବିକାରଗ୍ରସ୍ତ ମହିଳାଙ୍କ ସହ କରିଥିବା ଦୁଷ୍କର୍ମର ଦୃଶ୍ୟ ଥିଲା।

ଗିରଫ ହେବା ପରେ ଅଭିଯୁକ୍ତ ଏସ୍‌ ଦିଲୀପକୁମାରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe