ବିମାନବନ୍ଦରରୁ ଜୋତା ଭିତରୁ ଜବତ ‌ହେଲା ୧୧୯ଟି ଜୀବିତ ବୁଢ଼ିଆଣୀ

Advertisment
ବିମାନବନ୍ଦରରୁ ଜୋତା ଭିତରୁ ଜବତ ‌ହେଲା ୧୧୯ଟି ଜୀବିତ ବୁଢ଼ିଆଣୀ

ନୂଆଦିଲ୍ଲୀ: ସୁନା, ଲୁହା, ହିରା, ଡ୍ରଗ୍ସ ଓ ସାପ ଭଳି ବୁଢ଼ିଆଣୀ ଚାଲାଣ ହେଉଥିବା ଏକ ଘଟଣା ଫିଲିପିନ୍ସରୁ ସାମ୍ନାକୁ ଆସିଛି। ବିମାନବନ୍ଦରରୁ ଏକ ପାର୍ସଲ ଜୋତା ଖୋଳ ଭିତରୁ ୧୧୯ଟି ଜୀବିତ ଟରାନଚ୍ୟୁଲା ପ୍ରଜାତିର ବୁଢ଼ିଆଣୀ ଜବତ ହୋଇଥିବା ଖବର ମିଳିଛି।
ସୂଚନାଯୋଗ୍ୟ, ନିୟୋନ୍ ଏକ୍ସିନୋ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଏନଏଆଇଏ)ର ଜଣେ କର୍ମଚାରୀ ପୋଲାଣ୍ଡସରୁ ଆସିଥିବା ଏକ ପାର୍ସଲ ଭିତରେ ଏହି ବୁଢ଼ିଆଣୀଗୁଡ଼ିକୁ ଠାବ କରିଥିଲେ। ବୁଢ଼ିଆଣୀ ଚାଲାଣ ହେଉଥିବା ପାର୍ସଲକୁ ‘ମିଶାଲ୍ କ୍ରୋଲିକି’ ନାମ୍ନୀ ବ୍ୟକ୍ତି ପଠାଇଥିବା ବେଳେ ଏଥିରେ ପ୍ରାପ୍ତି ଠିକଣା ଜେନରାଲ ଟ୍ରାୟସ, କ୍ୟାଭିଟେ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଥିଲା।

119 Tarantulas Smuggled Inside Running Shoes

ବ୍ୟୁରୋ ଅଫ୍ କଷ୍ଟମ୍ ପକ୍ଷରୁ ଏ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ ସେୟାର କରାଯାଇଛି। ବିମାନବନ୍ଦରରେ ଜୋତା ଖୋଳ ପାର୍ସଲ ଦେଖି ସନ୍ଦେହ ହେବାରୁ ସୀମା ଶୁଳ୍କ ଅଧିକାରୀ ଏହାକୁ ଖୋଲିଥିଲେ। ପାର୍ସଲ ଖୋଲିବା ପରେ ସେଥିରୁ ଛୋଟ ଛୋଟ ପ୍ଲାଷ୍ଟିଟ୍ ଶିଶିରେ ୧୧୯ଟି ଟାରାନଚ୍ୟୁଲା ବୁଢ଼ିଆଣୀ ଥିବା ଦେଖିବାକୁ ମିଳିଲା। ଏହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୧୧୯ଟି ଟାରାନଚ୍ୟୁଲା ବୁଢ଼ିଆଣୀ ଶିଶିଗୁଡ଼ିକୁ ଜୋତା ଭିତରେ ଲୁଚାଇ ରଖାଯାଇଥିଲା। ଏହାକୁ ଏପରି ଭାବେ ରଖା ଯାଇଥିଲା କି କେହି ବି ଦେଖିଲେ ଏହା ଭିତରେ ୧୧୯ଟି ଜୀବନ୍ତ ବୁଢ଼ିଆଣୀ ଥିବା ଜାଣି ପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe