ମଣିଷ ନା ପଶୁ: ନାବାଳକଙ୍କ ଗୁପ୍ତାଙ୍ଗରେ ଭେକ୍ୟୁମ କ୍ଲିନର ଜରିଆରେ ଯୁବକ ପୂରାଇଲା ପବନ, ଅନ୍ତନଳୀ ଫାଟି ଯିବାରୁ ହେଲା ମୃତ୍ୟୁ

Advertisment
ଡାଆଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ଘଟଣା: ଡିଏନ୍‌ଏ ପାଇଁ ଆତ୍ମୀୟଙ୍କୁ ଖୋଜୁଛି ପୁଲିସ

india tv

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପିଲିଭିତରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ରାଇସ ମିଲରେ କାମ କରୁଥିବା ଯୁବକ ଜଣେ ନାବାଳକଙ୍କ ଗୁପ୍ତାଙ୍ଗରେ ଭେକ୍ୟୁମ କ୍ଲିନର ଜରିଆରେ ପବନ ଭରି ଦେଇଥିଲା। ଏଥିରେ ନାବାଳକ ଜଣକ ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆମ୍ବୁଲାନ୍ସରେ ନାବାଳକଙ୍କୁ ହସ୍ପିଟାଲ ନେବା ବାଟରେ ସେ ଏହି ଘଟଣା ସମ୍ପର୍କରେ ନିଜ ସମ୍ପର୍କୀୟଙ୍କୁ ଜଣାଇଥିଲେ।

ପୁରନପୁର କୋତବାଲି ଅଞ୍ଚଳର ଗୁରୁନାନକ ରାଇସ ମିଲରେ ଏହି ଘଟଣା ଘଟିଛି। ୧୪ବର୍ଷର ରୋହନ(ଛଦ୍ମନାମ)ନବମ ଶ୍ରେଣୀରେ ପାଠପଢ଼ନ୍ତି। ରୋହନ ବାପା କିଛିଦିନ ତଳେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଯେଉଁଥିପାଇଁ ସେ ଆଉ କାମକୁ ଯାଇ ପାରୁ ନଥିଲେ। ତେଣୁ ପରିବାର ଚଳିବାରେ ବହୁତ ଅସୁବିଧା ହେଉଥିଲା। ଏହି କାରଣରୁ ରୋହନ ନିଜ ପିତାଙ୍କ ସ୍ଥାନରେ କାମ କରିବାକୁ ଗୁରୁନାନକ ରାଇସ ମିଲ ଯାଉଥିଲେ।

ରାଇସ ମିଲରେ ରୋହନ ସହିତ ତାଙ୍କ ଗ୍ରାମର ୪ଜଣ ଯୁବକ ବି କାମ କରୁଥିଲେ। ଅଭିଯୋଗ ହୋଇଛି କି, ମଧ୍ୟାହ୍ନ ଭୋଜନ ସମୟରେ ଦୁଇଜଣ ଯୁବକ ରୋହନଙ୍କୁ ଧରି ନେଇଥିଲେ। ଦୁଇଜଣଙ୍କ ମଧ୍ୟରୁ ଜଣେ ରୋହନଙ୍କ ଗୁପ୍ତାଙ୍ଗରେ ଭେକ୍ୟୁମ କ୍ଲିନର ଜରିଆରେ ପବନ ପୂରାଇବାକୁ ଚେଷ୍ଟା କରିଥିଲା।

ଏତଦ ଦ୍ବାରା ରୋହନ ଗୁରୁତର ହୋଇପଡ଼ିଥିଲେ। ଏହାପରେ ଦୁଇଜଣ ଯୁବକ ତାଙ୍କୁ ଘଟଣାସ୍ଥଳରେ ଛାଡ଼ି ଚାଲି ଯାଇଥିଲେ। ରୋହନଙ୍କୁ ଏଭଳି ଗୁରୁତର ଅବସ୍ଥାରେ ରାଇସ ମିଲର ଅନ୍ୟ କର୍ମଚାରୀ ଦେଖିବା ପରେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଭେକ୍ୟୁମ କ୍ଲିନର ଜରିଆରେ ଗୁପ୍ତାଙ୍ଗରେ ପବନ ପୂରାଇ ଥିବାରୁ ରୋହନଙ୍କ ଅନ୍ତନଳୀ ଫାଟି ଯାଇଥିଲା। ଡାକ୍ତର ପୀଡିତଙ୍କ ଚିକିତ୍ସା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କୌଣସି ସୁଧାର ଆସି ନଥିଲା। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ରୋହନଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe