କଲେଜ ଛାତ୍ରୀଙ୍କୁ ଘରେ ପଶି ହତ୍ୟା, ଅଭିଯୁକ୍ତ ଯୁବକ ଅଟକ

କଲେଜ ଛାତ୍ରୀଙ୍କୁ ଘରେ ପଶି ହତ୍ୟା, ଅଭିଯୁକ୍ତ ଯୁବକ ଅଟକ

ବାଲୁଗାଁ/ବ୍ରହ୍ମପୁର: ଜଣେ କଲେଜ ଛାତ୍ରୀଙ୍କୁ ଘରେ ପଶି ହତ୍ୟା କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗଙ୍ଗନଗର ଗାଁରେ ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ବାଲୁଗାଁ କଲେଜର ଯୁକ୍ତ ୨ କଳା ଛାତ୍ରୀ ଶିବାନୀ ବେହେରା ଅନ୍ୟ ଦିନ ଭଳି ଆଜି ବି ନିଜ ଘର ବାରିପଟେ ଥିବା ଏକ କୋଠାରିରେ ବସି ପାଠ ପଢୁଥିଲା। ଏହି ସମୟରେ ଶିବାନୀର ମା’ ଓ ଭାଉଜ ଅନ୍ୟ ଏକ କୋଠରିରେ ବସି ଟିଭି ଦେଖୁଥିଲେ।

ଶିବାନୀର ବାପା ରାମଚନ୍ଦ୍ର ବେହେରା ଏକ ଫାଷ୍ଟଫୁଡ ଦୋକାନ ଦେଇ ଥିବାରୁ ନିଜ ବ୍ୟବସାୟରେ ବ୍ୟସ୍ତ ଥିଲେ। ଆଜି ରାତି ୮ଟାରେ ଏକତରଫା ପ୍ରେମ କରୁଥିବା ଗାଁର ଜଣେ ଯୁବକ ଘର ଛାତକୁ ଚଢ଼ି ଘରେ ପ୍ରବେଶ କରିଥିଲା। ସେ ଏକ ଧାରୁଆ ଅସ୍ତ୍ର ଦ୍ୱାରା ଶିବାନୀର ଗଳା କାଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଆକ୍ରମଣର ଶିକାର ହେବା ପରେ ଶିବାନୀର ଚିତ୍କାର ଶୁଣି ଭାଉଜ ଓ ମା’ ଘଟଣାସ୍ଥଳରେ ପହଂଚି ଥିଲେ। ସେମାନେ ଗ୍ରାମବାସୀଙ୍କ ସହାୟତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିବାନୀକୁ ଚିକିତ୍ସା ପାଇଁ ବାଲୁଗାଁ ମେଡିକାଲକୁ ନେଇଯାଇଥିଲେ। ମାତ୍ର ସେଠାରେ ଅବସ୍ଥା ସଂକଟାପନ୍ନ ଆଡ଼କୁ ଗତି କରିବା ପରେ ଡାକ୍ତର ତାଙ୍କୁ ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଏମ୍‌ଏକେସଜିରେ ଶିବାନୀକୁ ଡାକ୍ତର ମୃତ ଘୋଷଣା କରିଥିଲେ। ବୈଦ୍ୟନାଥପୁର ଥାନା ପୁଲିସ ଶିବାନୀର ମୃତଦେହ ଜବତ କରିଛି। ଆସନ୍ତାକାଲି ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ଶିବାନୀର ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

ଏହି ହତ୍ୟା ଘଟଣାକୁ ସନ୍ଦେହ କରି ବାଲୁଗାଁ ପୁଲିସ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖୁଛି। ରିପୋର୍ଟ ଲେଖାଯିବା ବେଳକୁ ଥାନାରେ ଏତଲା ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe