ଦିଲ୍ଲୀ ବସ୍‌ରେ ଅଭଦ୍ରାମି କରିଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ପାଇଁ ୨୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି ପୁଲିସ

Advertisment
ଦିଲ୍ଲୀ ବସ୍‌ରେ ଅଭଦ୍ରାମି କରିଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ପାଇଁ ୨୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି ପୁଲିସ

ନୂଆଦିଲ୍ଲୀ: ୨୦୧୮ ଫେବ୍ରୁଆରି ୭ ତାରିଖ ଦିନ ଦିଲ୍ଲୀର ଗୋଟାଏ ଭିଡ଼ ବସ୍‌ରେ ଅଭଦ୍ରାମି କରିଥିବା ଲୋକଟିର ସୂଚନା ଦେଲେ ୨୫ ଜହାର ଟଙ୍କା ପୁରସ୍କାର ଦିଆଯିବା ବୋଲି ଦିଲ୍ଲୀ ପୁଲିସ ଘୋଷଣା କରିଛି।

ସେ ଆପତ୍ତିଜନକ କାର୍ଯ୍ୟକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ମୋବାଇଲ୍‌ କ୍ୟାମେରାରେ ଉତ୍ତୋଳନ କରିଥିଲେ। ସେ ଛାତ୍ରୀଜଣକ ତାଙ୍କ ପାଖ ସିଟ୍‌ରେ ବସିଥିଲେ। ଲୋକଟି ସେତେବେଳେ ବାରମ୍ବାର ସେ ଛାତ୍ରୀଙ୍କ ଅଣ୍ଟାକୁ ସ୍ପର୍ଶ କରୁଥିଲେ ମଧ୍ୟ ସେ ସେଥିପ୍ରତି ଧ୍ୟାନ ଦେଇ ନ ଥିଲେ।
ସଦ୍ୟତମ ଖବର ଅନୁସାରେ, ଶନିବାର ଦିନ ଦିଲ୍ଲୀ ପୁଲିସ ଘୋଷଣା କରିଛି କି, ସେ ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେଲେ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବ। ସୂଚନାଦାତାଙ୍କ ପରିଚୟ ଅଜ୍ଞାତ ରଖାଯିବ ବୋଲି ପୁଲିସ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ଆଇଆଇଟି ଗେଟ୍‌ ପାଖରୁ ଦକ୍ଷିଣ ଦିଲ୍ଲୀର ବସନ୍ତ ଭିଲେଜ୍‌ ମଧ୍ୟସ୍ଥ ରାସ୍ତାରେ ଏହି ଘଟଣା ଘଟିଥିବା କଥା ଛାତ୍ରୀ ଜଣକ ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛନ୍ତି।

ଅଭିଯୋଗକାରିଣୀ ଅଭିଯୁକ୍ତଙ୍କୁ ପାଟି କରିଥିଲେ ମଧ୍ୟ ସେ ଲୋକଟି କିଛି ବୁଝି ପାରି ନ ଥିଲା ଏବଂ ସହଯାତ୍ରୀମାନେ ସେଥିପ୍ରତି ଧ୍ୟାନ ଦେଇଥ ନ ଥିଲେ ବୋଲି ଏଫ୍‌ଆଇଆର୍‌ରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe