୨ ଅପହର୍ତା ଗିରଫ, ଦୁଇ ନାବାଳିକା ଉଦ୍ଧାର

୨ ଅପହର୍ତା ଗିରଫ, ଦୁଇ ନାବାଳିକା ଉଦ୍ଧାର

ଭୁବନେଶ୍ୱର : ଦୁଇ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇ ଅପହର୍ତାଙ୍କୁ ଗିରଫ କରିଛି। ପୁଲିସ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଛି। ସେମାନେ ହେଲେ ବୁଦ୍ଧନଗର କଦଳୀଗୋଦାମବସ୍ତିର ସୁମନ ନାୟକ(୨୨) ଓ ମଣ୍ଟୁ ବାରିକ(୨୧)। ସୁମନ ଓ ମଣ୍ଟୁ ସେହି ବସ୍ତିର ଦୁଇ ଜଣ ନାବାଳିକାଙ୍କୁ ଏକ ତରଫା ଭାବେ ଭଲ ପାଉଥିଲେ। ଉଭୟ ବିଭିନ୍ନ ସମୟରେ ନାବାଳିକାଙ୍କୁ ପ୍ରେମ ନିବେଦନ କରିବା ସହ ବାଟରେଘାଟରେ ହଇରାଣ କରୁଥିଲେ। ଏମିତିକି ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ନାବାଳିକା ଦ୍ୱୟ ଉଭୟ ସୁମନ ଓ ମଣ୍ଟୁ କଥାରେ ରାଜି ନହେବାରୁ ସେମାନେ ଅପହରଣ ପାଇଁ ଯୋଜନା କରିଥିଲେ। ଗତ ଜାନୁଆରି ୨୮ ତାରିଖରେ ଉଭୟ ନାବାଳିକାଙ୍କୁ ସ୍ଥାନୀୟ ଅଞ୍ଚଳରୁ ଅପହରଣ କରିନେଇଥିଲେ। ବହୁ ଖୋଜାଖୋଜି ପରେ ନାବାଳିକାଙ୍କୁ ନପାଇ ପରିବାରଲୋକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଉଭୟ ମଣ୍ଟୁ ଓ ସୁମନ ନାବାଳିକା ଦ୍ୱୟଙ୍କୁ ନେଇ ଖଣ୍ଡଗିରି ଅଞ୍ଚଳରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା। ରବିବାର ବିଳମ୍ବିତ ରାତିରେ ପୁଲିସର ଏକ ଟିମ ମଣ୍ଟୁ ଓ ସୁମନ ରହୁଥିବା ଖଣ୍ଡଗିରି ସ୍ଥିତ ଘରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିବା ସହ ନାବାଳିକା ଦ୍ୱୟଙ୍କୁ ଉଦ୍ଧାର କରିଥିଲା। ଏହାପରେ ସମସ୍ତଙ୍କୁ ଥାନାକୁ ଆଣି ପଚରାଉଚରା ପରେ ପୁଲିସ ମଣ୍ଟୁ ଓ ସୁମନକୁ କୋର୍ଟ ଚାଲାଣ କରିଥିଲା। ଅନ୍ୟପଟେ ନାବାଳିକା ଦ୍ୱୟଙ୍କୁ ସେମାନଙ୍କ ପରିବାରଲୋକଙ୍କ ଜିମାରେ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe