ଖଣ୍ଡଗିରି: ଗତ ନଭେମ୍ବର ୨ତାରିଖ ରାତିରେ ଡୁମୁଡୁମା ରଘୁନାଥନଗରରେ ପୁଲିସକୁ ପଥର ମାଡ଼ କରିଥିବା ମାମଲାରେ ଫେରାର୍ ଥିବା ଅନ୍ୟତମ ଅଭିଯୁକ୍ତ ସ୍ଥାନୀୟ ବସ୍ତିର ଶିବ ଜେନା (୨୬)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ ଘଟଣା ଦିନ ରାତିରେ ଶିବ ହିଁ ସ୍ଥାନୀୟ ଲୋକଙ୍କୁ ପୁଲିସ ବିରୋଧରେ ମତାଇଥିଲା। ଏମିତିକି ଉତ୍ତ୍ୟକ୍ତ ଲୋକଙ୍କ ନେତୃତ୍ୱ ନେବା ସହ ଆଗରେ ରହି ସେ ପୁଲିସ ଉପରକୁ ପଥର ମାଡ଼ କରିଥିଲା। ଫଳରେ ଖଣ୍ଡଗିରି ଥାନା ଆଇଆଇସିଙ୍କ ସମେତ ୨ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ମାମଲାରେ ପୁଲିସ ପୂର୍ବରୁ ୩୦ଜଣଙ୍କୁ ଗିରଫ କରିଥିଲେ ବି ଶିବ ଭଳି କିଛି ମୁଖିଆ ଫେରାର୍ ହୋଇଯାଇଥିଲେ। ଏବେ ବି କିଛି ଅଭିଯୁକ୍ତ ଫେରାର୍ ଅଛନ୍ତି ଓ ପୁଲିସ ସେମାନଙ୍କୁ ଖୋଜୁଛି।
ପୁଲିସକୁ ପଥର ମାଡ଼ ମାମଲାରେ ଆଉ ଜଣେ ଗିରଫ
Advertisment
Follow Us